ଧର୍ମଶାଳା,୬ଅକ୍ଟୋବର(ହି.ସ.) - ଓଡିଶାର ଦ୍ୱିତୀୟ ବୃହତମ ନଦୀ ବ୍ରାହ୍ଣୀର ରେଙ୍ଗାଲି ଡ୍ୟାମରେ ଜଳସ୍ତର ବିପଦ ସଙ୍କେତର ଉର୍ଦ୍ଧରେ ରହିଛି । ଡ୍ୟାମର ସର୍ବାଧିକ ଜଳ ଧାରଣ କରିବାର କ୍ଷମତା ୧୨୩.୫୦ ମିଟର ରହିଥିବା ବେଳେ ଅଜି ଏହା ବୃଦ୍ଧି ପାଇ ୧୨୩.୫୮ ମିଟର ରହିଥିବା ବିଭାଗୀୟ ୱେବ ସାଇଟରୁ ଜଣାପଡିଛି । ୍ଯାହାକି ପରବର୍ତୀ ସମୟରେ ତଳିଆ ଅଂଚଳ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ନଦୀ କୁଳିଆ ବାସନ୍ଦା ଆଶଙ୍କା କରିଛନ୍ତି । କାରଣ ଡ୍ୟାମରେ ଏତେ ପରିମାଣର ଜଳ ରହିଥିବା ବେଳେ ଆଗକୁ ବଡଧରଣର ଲଘୁଚାପ ସୃଷ୍ଟି ହୋଇ ବର୍ଷା ଲାଗିରହିଲେ ପରିସ୍ଥିତି ଭୟାଭୟ ହେବାର ଆଶଙ୍କା ଉପୁଜିଛି । ନଦୀରେ ବନ୍ୟା ଆସିଲେ ବିଶେଷ ଭାବେ ଧର୍ମଶାଳା, ରସୁଲପୁର ବ୍ଲକ ପ୍ରଭାବିତ ହେବା ସହ ବରୀ ବ୍ଲକ ଅଂଚଳ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏହକୁ ରୋକିବାକୁ ହେଲେ ଏବେ ଗୋଟିଏ କିମ୍ବା ଦୁଇଟି ଗେଟ ଖୋଲାଯାଇ ଡ୍ୟାମରୁ ପାଣି ନିଷ୍କାସନ କରିବାର ଆବଶ୍ୟକତା ଦେଖାଦେଇଛି । ଜଳସେଚନ ବିଭାଗର ଉପରିସ୍ଥ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ