ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ)- ରାଜ୍ୟରେ ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ, କ୍ରିୟାଶୀଳ ଓ ବହୁମୁଖି କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ସମବାୟ ନୀତି, ୨୦୨୫ ପ୍ରକାଶ ପାଇବାକୁ ଯାଉଛି। ଏହି କ୍ରମରେ ଏକ ଚିଠା ସମବାୟ ନୀତି ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କ ସୁଚିନ୍ତିତ ମତାମତ/ ପ୍ରସ୍ତାବ ରଖିବାକୁ ସମବାୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଚିଠା ନୀତି ସମବାୟ ବିଭାଗର ୱେବସାଇଟ୍ ରେ ଉପଲବ୍ଧ ଅଛି । ଜନସାଧାରଣ, ସମବାୟବିତ୍, ବୁଦ୍ଧିଜୀବୀ ସେମାନଙ୍କ ମତାମତ/ପ୍ରସ୍ତାବ ଇମେଲ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ ।
ସୂଚନାଯୋଗ୍ୟ, କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ଚିଠା ସମବାୟ ନୀତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସମବାୟ ବିଭାଗ ଚିଠା ନୀତି ପ୍ରସ୍ତୁତ କରିଛି । ଏକ ସମୟୋପଯୋଗୀ, ବ୍ୟବହାରିକ ଓ ଉନ୍ନତ ସମବାୟ ନୀତି ପ୍ରସ୍ତୁତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ଜନ ସାଧାରଣଙ୍କ ସୁଚିନ୍ତିତ ମତାମତ/ପ୍ରସ୍ତାବ ଆହ୍ୱାନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା