ଧର୍ମଶାଳା, ୬ ଅକ୍ଟୋବର (ହି.ସ.)- ଯାଜପୁର ଜିଲା ବିଂଝାରପୁର ଥାନା ଅଂଚଳରେ ଅଘଟଣ । ନଦୀ କୂଳରେ ଲୁଗା ସଫା କରିବା ହେଲା କାଳ । ନଦୀ କୂଳରୁ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ବ୍ଲକ ବିଂଝାରପୁର ଥାନା ବୋଦୁଅ ପଂଚାୟତ ଅନ୍ତର୍ଗତ କନ୍ତିଆ ଠାରେ । ଖରସ୍ରୋତା ନଦୀରେ ଅପରାହ୍ନରେ କନ୍ତିଆ ଗ୍ରାମର ଶୁକେଦେବ ମାହାଲାଙ୍କ ପତ୍ନୀ ସୌଦାମୀନି(୫୫) ନଦୀକୁ ଲୁଗା ସଫା କରିବାକୁ ଯାଇଥିଲେ । ତେବେ କୂଳରେ ଲୁଗା କରିବା ସମୟରେ ଏକ କୁୁମ୍ଭୀର ତାଙ୍କୁ ନଦୀ ଗର୍ଭକୁ ଟାଣି ନେଇଥିଲା । ସେ ଚିତ୍କାର କରିବା ସମୟରେ ସ୍ଥାନୀୟ ଲୋକେ ନଦୀ କୂଳରେ ପଂହଚି ଥିଲେ । ସେତେବେଳକୁ କୁମ୍ଭୀର ନଦୀର ପ୍ରଖର ସ୍ରୋତକୁ ଟାଣି ନେଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ସେପଟେ ପ୍ରଶାସନ ପକ୍ଷରୁ ନଦୀ କୂଳକୁ ନଯିବା ପାଇଁ ନଦୀ କୂଳିଆ ଲୋକମାନଙ୍କୁ ସତର୍କ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ