ନୂଆପଡା, ୬ ଅକ୍ଟୋବର (ହି.ସ.)- ନୂଆପଡା ଜିଲାବାସୀଙ୍କ ସାମ୍ବିଧାନିକ ହକ୍ ଓ ଅଧିକାର ପାଇଁ ଆଜି ଜିଲ୍ଲାରେ ନ୍ୟାୟ ସମାବେଶ କରିଛି କଂଗ୍ରେସ । ଖରିଆର ରୋଡ଼ ସ୍ଥିତ ଚଟାନପଡା ନିକଟରେ ଅନୁଷ୍ଠିତ ହୋଇଥିବା ଏହି ନ୍ୟାୟ ସମାବେଶରେ ଯୋଗ ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ । ଆଜି ସନ୍ଧ୍ୟାରେ ଏହି ସମାବେଶ ଆରମ୍ଭ ହୋଇଛି । ଆଜି ଠାରୁ ଆରମ୍ଭ ହେଉଥିବା ଏହି ସମାବେଶ ସାରା ଜିଲାରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ନେଇ ଦଳର ସଭାପତି ସାରା ଜିଲାରେ ଏହି ସମାବେଶ କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ