ପାଟନାଳିରୁ ଗ୍ରାମବାସୀଙ୍କ ପକ୍ଷରୁ ମୃତ କୁମ୍ଭୀର ଉଦ୍ଧାର : ୩ ଜୀବନ୍ତ କୁମ୍ଭୀର ଉଦ୍ଧାର କରିବା ପାଇଁ ଦାବି
ଧର୍ମଶାଳା, ୬ ଅକ୍ଟୋବର (ହି.ସ.)- ଯାଜପୁର ଜିଲା ବଡଚଣା ବ୍ଲକ ବାଲିପଡିଆ ପଂଚାୟତସ୍ଥ ପାଟନାଳି ଦଣ୍ଡାସାହି ନିକଟରେ ପାଣିରେ ୪ ଗୋଟି କୁମ୍ଭୀର ଖେଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ଫଳରେ ସେଠାରୁ ୩ଟି କୁମ୍ଭୀର ପାଣି ଭିତରକୁ ଚାଲି ଯାଇଥିବା ବେଳେ ଆଉ ଗୋଟ
ପାଟନାଳିରୁ ଗ୍ରାମବାସୀଙ୍କ ପକ୍ଷରୁ ମୃତ କୁମ୍ଭୀର ଉଦ୍ଧାର : ୩ଜୀବନ୍ତ କୁମ୍ଭୀର ଉଦ୍ଧାର କରିବା ଦାବି


ଧର୍ମଶାଳା, ୬ ଅକ୍ଟୋବର (ହି.ସ.)- ଯାଜପୁର ଜିଲା ବଡଚଣା ବ୍ଲକ ବାଲିପଡିଆ ପଂଚାୟତସ୍ଥ ପାଟନାଳି ଦଣ୍ଡାସାହି ନିକଟରେ ପାଣିରେ ୪ ଗୋଟି କୁମ୍ଭୀର ଖେଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ଫଳରେ ସେଠାରୁ ୩ଟି କୁମ୍ଭୀର ପାଣି ଭିତରକୁ ଚାଲି ଯାଇଥିବା ବେଳେ ଆଉ ଗୋଟିଏ କୁମ୍ଭୀର କୂଳରେ ଶୋଇଥିବା ଦେଖିବାକୁ ପାଇଥିଲେ । ବହୁ ସମୟ ଧରି କୁମ୍ଭୀରଟି ପାଣି ଭିତରକୁ ନ ଯିବାରୁ ଗ୍ରାମବାସୀ କୁମ୍ଭୀରଟିକୁ ପାଣି ଉପରକୁ ଆଣିଥିଲେ । ତେବେ କୁମ୍ଭୀରଟି ମରି ଯାଇଥିବା ଜଣାପଡିଥିଲା । ଏହି କୁମ୍ଭୀରଟି ସାଢେ ୪ ଫୁଟ ଲମ୍ବ ହେବ ବୋଲି ଅନୁମାନ କରାଯାଉଛି । ଅନ୍ୟ ୩ଟି କୁମ୍ଭୀରକୁ ବନ ବିଭାଗ ଘଉଡାଇବାକୁ ନେଇ ଗ୍ରାମବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande