ଧର୍ମଶାଳା,୬ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚୋରମୁହାଁ ଗ୍ରାମପଂଚାୟତ କଂଗ୍ରେସ ପକ୍ଷରୁ ଚୋରମୁହାଁ ଗ୍ରାମ ହାଟପଡିଆସ୍ଥିତ ମା ଗୁଣ୍ଡିଚା ମନ୍ଦିର ପରିସରରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୃଷକ ନେତା ବସନ୍ତ ପରିଡା, ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ରାୟ, କାର୍ତିକ ସାହୁ,ଚୋରମୁହାଁ ପଚାୟତ କଂଗ୍ରେସ ସଭାପତି ସେକ ଇଦୋ ପ୍ରମୁଖ ଯୋଗଦେଇ ଚୋରମୁହାଁ ପାଂଚୟତରେ କଂଗ୍ରେସ ସଙ୍ଗଠନ କିଭଳି ସୁଦୃଡ ହେବ ତା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ କଂଗ୍ରେସ କର୍ମୀ ଗଗନ ବିହାରୀ ରାଉତ, ଦେବାଶିଷ ପରିଡା, ବାବୁ ଖାଁ, ମହମ୍ମଦ ଇକବାଲ,ଅଜୁ ମହାନ୍ତି, ଟିକିନ ଖାଁ, ଗିରିଧରି ମଲିକ, ମିନ ମଲିକ, ସାନ୍ତନୁ ମଲିକଅନନ୍ତ ବେହେରା,ଅମିନ ମଲିକ, ଓଶି ଆଲମ, ରଘୁ ବାରିକ,ବିପିନ ମଲିକ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ସଂଯେଜକ ଭାବେ ଅଭିମନ୍ୟୁ ପଣ୍ଡା ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ