ସିଲିଗୁଡି, 6 ଅକ୍ଟୋବର (ହି.ସ.)- ଉତ୍ତର ବଙ୍ଗର ଦାର୍ଜିଲିଂ ଏବଂ ଏହାର ପାଖାପାଖି ଅଞ୍ଚଳରେ ଲଗାତାର ଭାରି ବର୍ଷା
ହେଉଥିବାରୁ ବ୍ୟାପକ ବିପର୍ଯ୍ୟୟ ହୋଇଛି। ଗତ 12 ଘଣ୍ଟା ମଧ୍ୟରେ 261 ମି.ମି. ବର୍ଷା ରେକର୍ଡ
କରାଯାଇଛି, ଯାହା ପରେ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଏପର୍ଯ୍ୟନ୍ତ ଅତି କମରେ
20 ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି, ଏବଂ ବହୁତ ପର୍ଯ୍ୟଟକ
ଭିନ୍ନ-ଭିନ୍ନ ସ୍ଥାନରେ ଫସିରହିଛନ୍ତି ।
ରାଜ୍ୟ ସରକାର ରେସକ୍ୟୁ ଓ ଉଦ୍ଧାର କାର୍ଯ୍ୟ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା
ବାନାର୍ଜୀ ଆଜି ପରିସ୍ଥିତିର ସମୀକ୍ଷା କରିବା ପାଇଁ ଉତ୍ତର ବଙ୍ଗକୁ ଯିବେ।
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଗତ 27 ବର୍ଷରେ ଏଭଳି ଭୟଙ୍କର ପରିସ୍ଥିତି
ଦେଖିବାକୁ ମିଳିନାହିଁ। ଶେଷଥର ଏପରି ବିପର୍ଯ୍ୟୟ 1998 ମସିହାରେ ଆସିଥିଲା। ମିରିକ ଓ
ସୁଖିଆପୋଖରୀ ଅଞ୍ଚଳ ସବୁଠାରୁ ବେଶି ପ୍ରଭାବିତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା