ଜୟପୁରର ସୱାଇ ମାନସିଂହ ହସ୍ପିଟାଲରେ ଲାଗିଲା ନିଆଁ, 7 ରୋଗୀଙ୍କ ମୃତ୍ୟୁ
ଜୟପୁର, 6 ଅକ୍ଟୋବର (ହି.ସ.) - ରାଜସ୍ଥାନର ରାଜଧାନୀ ଜୟପୁରର ସୱାଇ ମାନସିଂହ ହସ୍ପିଟାଲର ଟ୍ରମା ସେଣ୍ଟରର ଆଇସିୟୁରେ ରବିବାର ରାତିରେ ଅଗ୍ନିକାଣ୍ଡରେ ସାତଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ତିନିଜଣ ମହିଳା ଥିଲେ। ପ୍ରାରମ୍ଭିକ ତଦନ୍ତରେ ଏହି ଦୁର୍ଘଟଣାର କାରଣ ସର୍
ଜୟପୁରର ସୱାଇ ମାନସିଂହ ହସ୍ପିଟାଲରେ ଲାଗିଲା ନିଆଁ, 7 ରୋଗୀଙ୍କ ମୃତ୍ୟୁ


ଜୟପୁର, 6 ଅକ୍ଟୋବର (ହି.ସ.)

- ରାଜସ୍ଥାନର ରାଜଧାନୀ ଜୟପୁରର ସୱାଇ ମାନସିଂହ ହସ୍ପିଟାଲର ଟ୍ରମା ସେଣ୍ଟରର ଆଇସିୟୁରେ

ରବିବାର ରାତିରେ ଅଗ୍ନିକାଣ୍ଡରେ ସାତଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ତିନିଜଣ

ମହିଳା ଥିଲେ। ପ୍ରାରମ୍ଭିକ ତଦନ୍ତରେ ଏହି ଦୁର୍ଘଟଣାର କାରଣ ସର୍ଟ ସର୍କିଟ୍ ବୋଲି କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଟ୍ରମା ସେଣ୍ଟରରେ ଘଟିଥିବା ଏହି ଅଗ୍ନିକାଣ୍ଡକୁ ବହୁତ

ଦୁଃଖଦ ଘଟଣା ବୋଲି କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ରାଜ୍ୟ ସରକାରକୁ ଏହାର

ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ଅଧିକାରୀମାନଙ୍କ ଅନୁସାରେ, ରବିବାର ରାତି 11ଟା 20ମିନିଟ୍ ସମୟରେ

ଟ୍ରମା ସେଣ୍ଟରର ନ୍ୟୁରୋ ଆଇସିୟୁୱାର୍ଡର ଷ୍ଟୋର୍ ରୁମରେ ନିଆଁ ଲାଗିଥିଲା।

ଷ୍ଟୋରରେ କାଗଜପତ୍ର, ଚିକିତ୍ସା ସାମଗ୍ରୀ ଓ ରକ୍ତ ପରୀକ୍ଷା ଟ୍ୟୁବ ରଖାଯାଇଥିଲା। କିଛି

ମିନିଟ୍ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ଆଇସିୟୁକୁ ବ୍ୟାପିଯାଇଥିଲା ଏବଂ ସମଗ୍ର ୱାର୍ଡ ଧୂଆଁରେ ଭର୍ତ୍ତି

ହୋଇଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande