ଭୁବନେଶ୍ୱର, 6 ଅକ୍ଟୋବର (ହି.ସ.)- କଟକ ଗଣ୍ଡଗୋଳକୁ ନେଇ ଆଇନ ମନ୍ତ୍ରୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅପିଲ
କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଉଦବେଗଜନକ
ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି ପରିସ୍ଥିତି । ପୋଲିସ ଯଥା ଯୋଗ୍ୟ ପଦକ୍ଷେପ ନେବା କଥା
ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ପାଇଁ ଅପିଲ କରିଛନ୍ତି । ସରକାରଙ୍କ ତରଫରୁ ଅନୁରୋଧ
କରାଯାଉଛି । ଏଭଳି କିଛି ଘଟଣା ନଘଟୁ ଯାହାଦ୍ବାରା ଓଡିଶା କିମ୍ବା କଟକର ସମ୍ମାନରେ ଆଞ୍ଚ ଆସିବ
। ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ । ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ସରକାର
ସଜାଗ ଅଛନ୍ତି । କଠୋର ଶାସ୍ତି ବିଧାନ ହେବ । ସମସ୍ତେ ନିଜର ଭାବାବେଗ ଚେତନାକୁ ସକାରାତ୍ମକ
ଭାବରେ ନେବେ ବୋଲି ଆଶା । କଟକରେ ଭାଇଚାରା ବଜାୟ ରହୁ ବୋଲି ଆଇନ ମନ୍ତ୍ରୀ ଅପିଲ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା