ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ)- ସହସ୍ର ବର୍ଷର ଭାଇଚାରାର ସଂସ୍କୃତି ସଂପନ୍ନ ଏବଂ ଐତିହାସିକ ସହର କଟକରେ ଘଟିଯାଇଥିବା ଅଭାବନୀୟ ଘଟଣାରେ ୪ ପ୍ରମୁଖ ବାମପନ୍ଥୀ ଦଳ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସ୍ୱାଦୀ), ସିପିଆଇ(ଏମ୍-ଏଲ୍) ଲି୍ୱରେସନ ଏ୍ୱଂ ଅଲ୍ ଇଣ୍ଡିଆ ଫରୱାର୍ଡ ୍ୱ୍ଲକ ପକ୍ଷରୁ ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନ ଠାରେ ଅନୁଷ୍ଠିତ ଏକ ମିଳିତ ବୈଠକରେ ଗଭୀର ଉଦବେଗ ପ୍ରକାଶ କରାଯାଇଛି। କଟକ ସହରରେ ସାର୍ବଜନୀନ ଦୁର୍ଗାପୁଜା ଓ ଦଶହରା ଯାହାକି ସାଂସ୍କୃତିକ ଉତ୍ସ୍ୱ, ଶାନ୍ତି, ଭାଇଚାରାର ଅ୍ୱସରଭୋ୍ୱ ପାଳିତ ହୋଇଆସିଥିଲା, ତାହା ବଦଳରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ପୋଲିସ ଅଧିକାରୀମାନଙ୍କ ଉପରେ ଯୋଜନାବଦ୍ଧ ରକ୍ତାକ୍ତ ଆକ୍ରମଣ ଦ୍ୱାରା ସମ୍ପୁର୍ଣ୍ଣ ବିଗିଡି ଯାଇଛି। ବିଦ୍ୱେଷ ସୃଷ୍ଟିକାରୀ ଶକ୍ତିମାନଙ୍କୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ଏବଂ ପୁଲିସ୍ ର ସଠିକ୍ ଆକଳନର ଅଭାବ ଯୋଗୁଁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଯାଇଛି।ପ୍ରଶାସନ ମିଥ୍ୟା, ଗୁଜବ ଏବଂ ଘୃଣାର ପ୍ରଚାର ବନ୍ଦ କରିବା ପାଇଁ ପଦକ୍ଷେପ ସହ ହିଂସା, ସାମ୍ପ୍ରଦାୟିକ ଉତ୍ତେଜନା, ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆଇନାନୁମୋଦିତ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ବାମପନ୍ଥୀ ଦଳର ନେତୃବୃନ୍ଦ ଦାବି କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଯେଭଳି ପୁନରାବୃତ୍ତି ନହେବ ସେଥିପାଇଁ ସମସ୍ତ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଓ ପ୍ରଗତିଶୀଳ ରାଜନୈତିକ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷ ଆଗେଇ ଆସିବାକୁ ବାମପନ୍ଥୀ ଦଳର ନେତୃବୃନ୍ଦ ନିବେଦନ କରିଛନ୍ତି।
ଆଜିକାର ଏହି ବୈଠକରେ ସିପିଆଇ ରାଜ୍ଯ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ୍-ଏଲ୍) ଲି୍ୱରେସନର ରାଜ୍ଯ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଓ ଅଲ୍ ଇଣ୍ଡିଆ ଫରୱାର୍ଡବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଙ୍କ ସମେତ ପୁର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ, ରାଧାକାନ୍ତ ସେଠୀ, ଜୟନ୍ତ ଦାସ, ବିଜୟ ଜେନା, ଏବଂ ବଦ୍ରୀ ନାରାୟଣ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା