ପାଟନା, ୬ ଅକ୍ଟୋବର (ହି.ସ.)- ବିହାରରେ ମେଟ୍ରୋ ଟ୍ରେନ ଚାଲିବା ନେଇ ପ୍ରତୀକ୍ଷାର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ପାଟନା ମେଟ୍ରୋକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ବିହାରର ପ୍ରଥମ ମେଟ୍ରୋ ଟ୍ରେନ ।
ସୋମବାର ପାଟନା ମେଟ୍ରୋ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବରେ ପ୍ରଥମ ମେଟ୍ରୋ ଟ୍ରେନ ଯାତ୍ରାର ଅନୁଭବ କରିଥିଲେ । ଉଦଘାଟନ ସମୟରେ ଅନେକ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ଆଜି ପାଟନା ଜଙ୍କସନ ସମେତ ଛଅଟି ଭୂତଳ ମେଟ୍ରୋ ଷ୍ଟେସନ ଏବଂ କରିଡର ୱାନ ଅନ୍ତର୍ଗତ ୯.୩୫ କିଲୋମିଟର ଲମ୍ବା ସୁଡ଼ଙ୍ଗ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦ୍ୱାରା ଉଦଘାଟନ ପରେ, ମେଟ୍ରୋ ପାଟଳିପୁତ୍ର ଆଇଏସବିଟି ନିକଟ ଡିପୋରୁ ବାହାରି ପ୍ରଥମେ ନୂତନ ଆଇଏସବିଟି ଷ୍ଟେସନରେ ପହଂଚିଥିଲା । ଏହା ପାଟନା ମେଟ୍ରୋର ପ୍ରଥମ ଷ୍ଟେସନ ହେବ । ଏଠାରୁ, ମେଟ୍ରୋ ଜିରୋ ମାଇଲ ଷ୍ଟେସନ ଦେଇ ଭୂତନାଥ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ । ବର୍ତମାନ, ଏହି ତିନୋଟି ଷ୍ଟେସନ ମଧ୍ୟରେ ପରିଚାଳନା ଆରମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ