ଭୁବନେଶ୍ୱର, 6 ଅକ୍ଟୋବର (ହି.ସ.)- କଟକ ବିଶୃଙ୍ଖଳା ଘଟଣାରେ ବର୍ତ୍ତମାନ ସୁଦ୍ଧା
5ରୁ 6ଜଣ ଗିରଫ ହୋଇଛନ୍ତି । ଭାଇଚାରାର ସହର ହେଉଛି କଟକ । ବିଭିନ୍ନ ବର୍ଗର ଲୋକଙ୍କ ଠୁ ନେଇ
ଶାନ୍ତି କମିଟି ଓ ସମସ୍ତ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି କଟକ
ସଦର ବିଧାୟକ ପ୍ରକାଶ ସେଠୀ । କଟକରେ ସ୍ଥିତି ସୁଧୁରିବାରେ ଲାଗିଛି । ଶାନ୍ତି ଫେରାଇ ଆଣିବା
ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ସରକାର ସିରିୟସ ଅଛନ୍ତି ସମସ୍ତ ଦୋଷୀଙ୍କ ଉପରେ ହେବ
ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଗକୁ କେମିତି କୌଣସି ପ୍ରକାର ବିଶୃଙ୍ଖଳା ନ ହେବ ସେଥିପାଇଁ ସରକାର
ଚେଷ୍ଟିତ ଅଛନ୍ତି ବୋଲି କହିଛନ୍ତି କଟକ ସଦର ବିଧାୟକ ପ୍ରକାଶ ସେଠୀ
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା