ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ)- କଟକ ଦୁର୍ଗାପୂଜା ଭସାଣିରେ ଘଟିଥିବା ଅଘଟଣ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଏକ୍ସରେ ଶ୍ରୀମତୀ ପରିଡା ଲେଖିଛନ୍ତି କଟକ ଦୁର୍ଗାପୂଜା ଭସାଣିରେ ଘଟିଥିବା ଅଘଟଣ ଦୁର୍ଭାଗ୍ୟଜନକ ଏବଂ ଅତ୍ୟନ୍ତ ଦୁଃଖର ବିଷୟ । ଭାଇଚାରାର ସହର ଭାବେ କଟକର ପରିଚୟ ରହିଆସିଛି । ଏହି ସମ୍ବେଦନଶୀଳ ସମୟରେ ଆମେ ସମସ୍ତେ ଶାନ୍ତିପୂର୍ଣ୍ଣ ବାତାବରଣ ଫେରାଇଆଣିବା ଦିଗରେ ଏବଂ କଟକର ଗୌରବମୟ ପରିଚୟକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ପ୍ରୟାସ କରିବା ଜରୁରୀ । ଆମ ସରକାର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂକଳ୍ପବଦ୍ଧ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା