କାର୍ତ୍ତିକ ମାସ ହବିଷ୍ଯାଳୀ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ଯବସ୍ଥା
ପୁରୀ, ୬ ଅକ୍ଟୋବର (ହି.ସ.)- ପବିତ୍ର ଧର୍ମ ମାସ କାର୍ତ୍ତିକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ହବିଷାଳୀଙ୍କ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ରାଜ୍ଯ ସରକାରଙ୍କ ପକ୍ଷରୁ ପାଞ୍ଚଟି ସ୍ଥାନରେ ହବିଷ୍ଯାଳୀଙ୍କ ରହଣି ପାଇଁ ବ୍ଯବସ୍ଥା କରାଯାଇଛି । ଏ ସମ୍ପର୍କରେ ସୋମବାର ପୂର୍ବାହ୍ନରେ ଏସପି ପ୍ର
କାର୍ତ୍ତିକ ମାସ ହବିଷ୍ଯାଳୀ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ଯବସ୍ଥା


ପୁରୀ, ୬ ଅକ୍ଟୋବର (ହି.ସ.)- ପବିତ୍ର ଧର୍ମ ମାସ କାର୍ତ୍ତିକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ହବିଷାଳୀଙ୍କ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ରାଜ୍ଯ ସରକାରଙ୍କ ପକ୍ଷରୁ ପାଞ୍ଚଟି ସ୍ଥାନରେ ହବିଷ୍ଯାଳୀଙ୍କ ରହଣି ପାଇଁ ବ୍ଯବସ୍ଥା କରାଯାଇଛି । ଏ ସମ୍ପର୍କରେ ସୋମବାର ପୂର୍ବାହ୍ନରେ ଏସପି ପ୍ରତୀକ ସିଂଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭକ୍ତ ଓ ବ୍ରତଧାରୀ ମା ମାନଙ୍କ ପାଇଁ ଦର୍ଶନ ଓ ସୁରକ୍ଷା ବ୍ଯବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ପୋଲିସ ବ୍ଯବସ୍ଥାକୁ ବଢାଇ ଦିଆଯାଇଛି । ଶ୍ରୀମନ୍ଦିର ଚାରିଦ୍ଵାରରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ବ୍ଯବସ୍ଥା କରାଯାଇଛି । ଡିସି କୌଶିକ କୁମାର ନାୟକ ପୋଲିସ ବ୍ଯବସ୍ଥାକୁ ନିୟନ୍ତ୍ରଣ କରିବେ । ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ଫୋର୍ସକୁ ସମନ୍ବୟ ରକ୍ଷା କରି ନିୟନ୍ତ୍ରଣ କରିବେ । ଶ୍ରୀମନ୍ଦିର ଚାରିଦ୍ଵାର ଓ ବ୍ଯାରିକେଡ ଅଞ୍ଚଳରେ ଅତିରିକ୍ତ ଏସପି ଦୁଇ ଜଣ, ଡିଏସପି ତିନି ଜଣ, ଇନ୍ସପେକ୍ଟର ଚାରି ଜଣ, ଏସଆଇ ଓ ଏଏସଆଇ ୨୮ ଜଣ, କନେଷ୍ଟବଳ ୨୪ ଜଣ, ହୋମଗାର୍ଡ ୧୪ ଜଣ ଓ ୨୩ ସେକ୍ସନ ଫୋର୍ସ ମୁତୟନ ହେବେ । ଶ୍ରୀମନ୍ଦିର ଭିତରେ ଡିଏସପି ଓ ଏସି ୯ ଜଣ, ଇନ୍ସପେକ୍ଟର ୬ ଜଣ, ଏସଆଇ ଓ ଏଏସଆଇ ୩୨ ଜଣ, କନେଷ୍ଟବଳ ୪୮ ଜଣ, ହୋମଗାର୍ଡ ୨୬ ଜଣ ଓ ୨୫ ସେକ୍ସନ ଫୋର୍ସ ନିୟୋଜିତ ହେବେ । ତୀର୍ଥ ପୁଷ୍କରିଣୀରେ ଡିଏସପି ୧ ଜଣ, କନେଷ୍ଟବଳ ୧୨ ଜଣ, ହୋମଗାର୍ଡ ୪ ଜଣ ନିୟୋଜିତ ହେବେ । ଭିଡ ନିୟନ୍ତ୍ରଣ, ଦର୍ଶନ ସୁବିଧା ଓ ସୁରକ୍ଷା ଉପରେ ଏସପି ଗୁରୁତ୍ୱ ଦେଇଥିଲେ । ଟ୍ରାଫିକ ବ୍ଯବସ୍ଥାରେ ସୁଧାର ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୋଲିସର ପ୍ରାଥମିକତା ରହିଛି । ଶ୍ରୀମନ୍ଦିର ଭିତରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଏହାକୁ କଣ୍ଟ୍ରୋଲ ରୁମରେ ମନିଟରିଙ୍ଗ କରାଯିବ । ପଞ୍ଚକ ସମୟରେ ଭକ୍ତଙ୍କ ସଂଖ୍ଯା ବୃଦ୍ଧିକୁ ଲକ୍ଷ୍ଯ କରି ପୋଲିସ ସୁରକ୍ଷା ବ୍ଯବସ୍ଥା ବଢାଇ ଦିଆଯିବ । ଭକ୍ତ ଓ ହବିଷାଳୀ ମାନେ ପୋଲିସକୁ ସହଯୋଗ କରିବା ପାଇଁ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande