ଅସୀ ଚାଳନାରେ ସମ୍ବଲପୁର ଛାତ୍ରୀଙ୍କ କୃତିତ୍ୱ
ସମ୍ବଲପୁର, ୦୮ ଅକ୍ଟୋବର(ହି.ସ.) – କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଚତୁର୍ଥ ଓଡ଼ିଶା ରାଜ୍ୟ ଅସୀଚାଳନା ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ସମ୍ବଲପୁରକୁ ବ୍ରୋଞ୍ଜ ମେଡାଲ ମିଳିଛି। ସବ୍ ଜୁନିଅର ଇପିରେ ହର୍ଷିତା ନାୟକ ଭାଗ ନେଇଥିଲେ। ସେ ଏଥିରେ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା
ଅସୀ ଚାଳନାରେ ସମ୍ବଲପୁର ଛାତ୍ରୀଙ୍କ କୃତିତ୍ୱ


ଅସୀ ଚାଳନାରେ ସମ୍ବଲପୁର ଛାତ୍ରୀଙ୍କ କୃତିତ୍ୱ


ସମ୍ବଲପୁର, ୦୮ ଅକ୍ଟୋବର(ହି.ସ.) – କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଚତୁର୍ଥ ଓଡ଼ିଶା ରାଜ୍ୟ ଅସୀଚାଳନା ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ସମ୍ବଲପୁରକୁ ବ୍ରୋଞ୍ଜ ମେଡାଲ ମିଳିଛି। ସବ୍ ଜୁନିଅର ଇପିରେ ହର୍ଷିତା ନାୟକ ଭାଗ ନେଇଥିଲେ। ସେ ଏଥିରେ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବର୍ତମାନ ସେ ସେଂଟ ଯୋଶେଫ୍ କନଭେଂଟ ସେକେଣ୍ଡାରୀ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ଭାବେ ପାଠ ପଢ଼ୁଛନ୍ତି। ବ୍ରୋଞ୍ଜ ପଦକ ହାସଲ କରି ସ୍କୁଲ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏଥିସହ ସେ ଜାତୀୟ ସ୍ତରୀୟ ଅସୀଚାଳନା ପାଇଁ ମନୋନୀତ ହୋଇଛନ୍ତି। କ୍ଷ ପଦକ ବିଜେତାଙ୍କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ଼ଃ ସତ୍ୟନାରାୟଣ ତାଣ୍ଡି ଅଭିନନ୍ଦନ ଜଣାଇଛନ୍ତି। ଏହି ଖବର ପାଇ ସମ୍ବଲପୁର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି କ୍ଷ

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande