ପାଟନା, ୦୮ ଅକ୍ଟୋବର (ହି.ସ.) – ବିହାର ବିଧାନସଭା ନିର୍ବାଚନ ୨୦୨୫ ସମ୍ପର୍କରେ ବୁଧବାର ଦିଲ୍ଲୀରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ବସିଥିଲା ।
କେସି ଭେନୁଗୋପାଳ ଏବଂ ଅଜୟ ମାକନଙ୍କରଙ୍କ ଅଧ୍ୟକ୍ଷତାରେ ସିଇସି ବୈଠକ ଅନୁଷ୍ଠିତ ହୋଇଥିଲା । ଭିଡ଼ିଓ କନଫରେନସିଂ ମାଧ୍ୟମରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଯୋଗ ଦେଇଥିଲେ । ବୈଠକରେ ବିହାର କଂଗ୍ରେସ ପ୍ରଭାରୀ କୃଷ୍ଣ ଆଲ୍ଲାଉରୁ, ରାଜ୍ୟ ସଭାପତି ରାଜେଶ ରାମ ଏବଂ ସିଇସି ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକ ପରେ ଗଣମାଧ୍ୟମ ସହିତ କଥାବାର୍ତା କରି ବିହାର ରାଜ୍ୟ ସଭାପତି ରାଜେଶ ରାମ କହିଛନ୍ତି ଯେ, ଅଧିକାଂଶ ବିଜୟୀ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ । ତଥାପି ଦୁଇଜଣ ବିଧାୟକଙ୍କ ବିଷୟରେ ବିଚାର କରାଯିବା ଆବଶ୍ୟକ । ସେ ସେମାନଙ୍କର ନାମ ନେଇନଥିଲେ, କିନ୍ତୁ ସେମାନେ ହେଉଛନ୍ତି ଚୋନାରୀର ମୁରାରୀ ଗୌତବ ଏବଂ ବିକ୍ରମର ସିଦ୍ଧାର୍ଥ ସିଂ । ଗୌତମ ମଧ୍ୟ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ