ଗିରିଡିହ, ୦୮ ଅକ୍ଟୋବର(ହି.ସ.) – ଝାରଖଣ୍ଡର ଗିରିଡିହରେ ବୁଧବାର ଦିନ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ପାରସନାଥ ଜୋନ୍ରେ ସକ୍ରିୟ ଦୁଇ ନକ୍ସଲି ଶିବଲାଲ ହେମ୍ବ୍ରମ ଓରଫ୍ ଶିବା ଏବଂ ତା’ର ପତ୍ନୀ ସରିତା ହାଁସଦା ଓରଫ ଉର୍ମିଳା ପୋଲିସ୍ ଆଗରେ ଆତ୍ମସମର୍ପଣ କରିଛନ୍ତି। ପପରବାଟାଂଡ ସ୍ଥିତ ନୂଆ ପୋଲିସ୍ ଲାଇନ୍ରେ କେନ୍ଦ୍ର ରିଜର୍ଭ ପୋଲିସ୍ ବଳ(ସିଆର୍ପିଏଫ୍) ଏବଂ ପୋଲିସ୍ର ଅଧିକାରୀମାନେ ମୁଖ୍ୟଧାରାକୁ ଫେରିବା ପାଇଁ ଦୁହିଁଙ୍କୁ ସ୍ୱାଗତ କରିଛନ୍ତି।
ଝାରଖଣ୍ଡରେ ଜାରି ନକ୍ସଲ ମୁକ୍ତ ଅଭିଯାନରେ ଭାକପା ମାଓବାଦୀଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହି କ୍ରମରେ ସରକାରଙ୍କ ନକ୍ସଲମୁକ୍ତ ଅଭିଯାନର ନୂଆ ଦିଗ ନୂଆ ପହଲରେ ପ୍ରଭାବିତ ହୋଇ ଗିରିଡିହ ପୋଲିସ୍ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ରିଜର୍ଭ ପୋଲିସ୍ ବଳ(ସିଆର୍ପିଏଫ୍)ର ଉପମହାନିରୀକ୍ଷକ(ଡିଆଇଜି) ଅମିତ ସିଂହ, ଗିରହିହର ଉପାଯୁକ୍ତ ରାମ ନିବାସ ଯାଦବ, ପୋଲିସ୍ ଅଧିକ୍ଷକ(ଏସ୍ପି) ଡା. ବିମଳ କୁମାରଙ୍କ ଆଗରେ ହାର୍ଡ଼କୋର ଭାକପା ମାଓବାଦୀ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରି ମୁଖ୍ୟଧାରାକୁ ଫେରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି