ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ନେତା ନରହରିଙ୍କ ଦେହାନ୍ତ
ବେଙ୍ଗାଲୁରୁ (କର୍ଣ୍ଣାଟକ), 8 ଅକ୍ଟୋବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ନେତା ଏବଂ ବିଧାନସଭା ପରିଷଦର ପୁର୍ବତନ ସଦସ୍ୟ ପ୍ରୋ କେ. ନରହରି (93)ଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ପ୍ରଫେସର ନରହରି ସକାଳ ପ୍ରାୟ 4:30
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ନେତା ନରହରିଙ୍କ ଦେହାନ୍ତ


ବେଙ୍ଗାଲୁରୁ (କର୍ଣ୍ଣାଟକ), 8 ଅକ୍ଟୋବର (ହି.ସ.)-

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ନେତା ଏବଂ

ବିଧାନସଭା ପରିଷଦର ପୁର୍ବତନ ସଦସ୍ୟ ପ୍ରୋ କେ. ନରହରି (93)ଙ୍କର ଆଜି ସକାଳେ

ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ପ୍ରଫେସର ନରହରି ସକାଳ ପ୍ରାୟ 4:30 ରେ ତାଙ୍କ

ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ପ୍ରୋ ନରହରି ବହୁ ଦଶନ୍ଧି ଧରି ବିଭିନ୍ନ ଆରଏସଏସ

ସଂଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଆଞ୍ଚଳିକ କର୍ମୀ, ରାଷ୍ଟ୍ରୀୟ ଅଖିଳ ଭାରତୀୟ ମହାସଂଘର ସଭାପତି ଏବଂ ଦି ମାଇଥିକ୍

ସୋସାଇଟିର ସଭାପତି ଭାବରେ କାର୍ଯ୍ୟ କରିଥିଲେ।ସେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଗଣତାନ୍ତ୍ରିକ

ଅଧିକାର ପାଇଁ ଲଢ଼ିଥିଲେ ଏବଂ ଜେଲ ଯାଇଥିଲେ।ସଂଙ୍ଘ ପରିବାର ଏବଂ ଭାଜପାର ଅନେକ ନେତାମାନେ ପ୍ରଫେସର ନରହରିଙ୍କ ଦେହାନ୍ତରେ ଶୋକ ପ୍ରକାଶ

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande