ଭଦ୍ରକ, ୮ ଅକ୍ଟୋବର (ହି.ସ.) - ଦିଲ୍ଲୀ ସ୍ଥିତ ନୋଏତା ଶାରିରିକ ଶିକ୍ଷା ଶିକ୍ଷକ ବିଦ୍ୟାଳୟ ରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ବରିଷ୍ଠ ଟେନିକଏଟ ପ୍ରତିଯୋଗିତାଟି ୮ ଅକ୍ଟୋବର ରୁ ଆରମ୍ଭ ହୋଇ ୧୨ ଅକ୍ଟୋବର ୨୦୨୫ ରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ଟେନିକଏଟ୍ ସଂଘ ତାର ୬ ଜଣ ଲେଖାଏ ପୁରୁଷ ଓ ମହିଳା ଖେଳାଳୀ ଙ୍କ ନାମ ଘୋଷଣା କରିଛି ।ଏହି ପୁରୁଷ ଦଳରେ ଭଦ୍ରକ ଜିଲ୍ଲାରୁ ନାରାୟଣ ବେହେରା , ରାଜେସ୍ ନାୟକ , ଓ ନିର୍ମଳ ସେନ୍ ଓ ମହିଳା ବିଭାଗରେ ମଧୁସ୍ମିତା ନାୟକ ପ୍ରମୁଖ ଖେଳାଳୀ ମାନେ ସ୍ଥାନ ପାଇଛନ୍ତି ।ଏହି ଖେଳାଳୀ ମାନେ ରାଜ୍ୟ ସ୍ତରୀୟ ଟେନିକଏଟ ପ୍ରତିଯୋଗିତା ରେ ପୁରୁଷ ବିଭାଗରେ ରାଜେସ ନାୟକ ଚମ୍ପିଆନ୍ , ନିର୍ମଳ ସେନ୍ ରର୍ନସ ଅପ୍ , ନାରାୟଣ ବେହେରା ଚତୁର୍ଥ ଓ ମହିଳା ବିଭାଗରେ ମଧୁସ୍ମିତା ନାୟକ ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ସଫଳତା ନିମନ୍ତେ ଭଦ୍ରକ ଜିଲ୍ଲା ଟେନିକଏଟ୍ ସଂଘର ସଂପାଦକ ମନୋଜ କୁମାର ସାହୁ , ସଭାପତି ଗୋଲକ ନାୟକ , ସୁବାସ ଦିକ୍ଷୀତ୍ , ଭବେଶ ଦାସ, ଚନ୍ଦନ ଦେ , ରାଜତିଲକ୍ ସ୍ୱାଇଁ , ସତ୍ୟଜିତ୍ ପରମାଣିକ୍ ,ଗୁରୁ ଚରଣ ପହି, ବିଶ୍ୱରଞ୍ଜନ ସାହୁ ,ଲକ୍ଷ୍ମୀ ନାରାୟଣ ମହାନ୍ତି , ଶିବ ଚରଣ ସୌରଭ ,ରାଜେଶ୍ ଦାସ୍ ,ସମସ୍ତ ସଦସ୍ୟ ଓ ବରିଷ୍ଠ ଖେଳାଳୀ ମାନେ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ,ଏହି ଦଳ ସହିତ ଭଦ୍ରକ ଜିଲ୍ଲାରୁ ରାଜ ତିଲକ ସ୍ୱାଇଁ ପ୍ରଶିକ୍ଷକ ରୂପେ ଯାତ୍ରା କରୁଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ