ଖରାପ ପାଗ ଯୋଗୁଁ ତିନି ଦିନ ପାଇଁ ବନ୍ଦ ଥିବା ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ
କଟରା 8ଅକ୍ଟୋବର(ହି.ସ)-ପ୍ରତିକୂଳ ପାଗ ଯୋଗୁଁ ତିନି ଦିନ ପାଇଁ ବନ୍ଦ ଥିବା ବୈଷ୍ଣୋ ଦେବୀ ଯାତ୍ରା ଆଜି ପୁଣି ଆରମ୍ଭ ହୋଇଛି। ତ୍ରିକୁଟା ପର୍ବତମାଳାରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ସମ୍ଭାବନା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା।ପାଗରେ ଉନ୍ନତ
ଖରାପ ପାଗ ଯୋଗୁଁ ତିନି ଦିନ ପାଇଁ ବନ୍ଦ ଥିବା ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ


କଟରା 8ଅକ୍ଟୋବର(ହି.ସ)-ପ୍ରତିକୂଳ ପାଗ ଯୋଗୁଁ ତିନି ଦିନ ପାଇଁ ବନ୍ଦ ଥିବା ବୈଷ୍ଣୋ ଦେବୀ

ଯାତ୍ରା ଆଜି ପୁଣି ଆରମ୍ଭ ହୋଇଛି। ତ୍ରିକୁଟା ପର୍ବତମାଳାରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ସମ୍ଭାବନା

ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା।ପାଗରେ ଉନ୍ନତି ହେବା

ପରେସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରି କର୍ତ୍ତୃପକ୍ଷ ତୀର୍ଥଯାତ୍ରୀଙ୍କ ପାଇଁ

ପଥଗୁଡ଼ିକୁ ପୁନଃ ଖୋଲି ଦେଇଥିଲେ। ଶ୍ରାଇନ୍ ବୋର୍ଡ ଅଧିକାରୀମାନେ କହିଛନ୍ତି ଯେ ଯାତ୍ରା

ସୁରୁଖୁରୁରେ ଆରମ୍ଭ ହୋଇଛି, ଏବଂ

ତୀର୍ଥଯାତ୍ରୀମାନଙ୍କୁ ମନ୍ଦିର ଅଭିମୁଖେ ଯିବାକୁ ଅନୁମତି ଦିଆଯାଉଛି।ଅଧିକାରୀମାନେ

ତୀର୍ଥଯାତ୍ରୀମାନଙ୍କୁ ସରକାରୀ ଚ୍ୟାନେଲ ମାଧ୍ୟମରେ ଅପଡେଟ୍ ରହିବା ଏବଂ ଯାତ୍ରା ସମୟରେ

ସୁରକ୍ଷା ପରାମର୍ଶ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଶ୍ରାଇନ୍ ବୋର୍ଡ ସରକାରୀ ବିବୃତ୍ତିରେ କହିଥିଲେ ଯେ ଆଇଏମଡିର ପାଣିପାଗ

ପରାମର୍ଶକୁ ଦୃଷ୍ଟିରେ ରଖିବୈଷ୍ଣୋ ଦେବୀ

ଯାତ୍ରା 5ରୁ 7 ଅକ୍ଟୋବର 2025 ପର୍ଯ୍ୟନ୍ତ ସ୍ଥଗିତ ରହିବ

ଏବଂ 8 ଅକ୍ଟୋବରରେ ପୁଣି ଆରମ୍ଭ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande