ନୂଆଦିଲ୍ଲୀ, ୦୮ ଅକ୍ଟୋବର(ହି.ସ.) – ଦିଲ୍ଲୀର ପର୍ଯ୍ୟାବରଣ ମନ୍ଦ୍ରୀ ମନଜିନ୍ଦର ସିଂହ ସିରସା କହିଛନ୍ତି ଯେ ଯୁବକମାନଙ୍କୁ ଶ୍ରୀ ଗୁରୁ ତେଗ ବାହାଦୁରଙ୍କ ଜୀବନରୁ ପ୍ରେରଣା ନେବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ଦିଲ୍ଲୀ ସରକାର ନଭେମ୍ବରରେ ଗୁରୁ ସାହିବଙ୍କ ସନ୍ଦେଶକୁ ଜନସାଧାରଣଙ୍କ ପର୍ଯ୍ୟନ୍ତ ପହଂଚାଇବା ପାଇଁ ଲାଲ୍ କିଲ୍ଲାରେ ତିନିଦିନିଆ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ କରିବ। ଏହି କଥା ମନ୍ତ୍ରୀ ସିରସା ବୁଧବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗୁରୁ ତେଗ ବାହାଦୂର ଖାଲସା କଲେଜରେ ଆୟୋଜିତ ଦୁଇଦିନିଆ ଅନ୍ତରାଷ୍ଟ୍ରୀୟ ସେମିନାର ଶ୍ରୀ ଗୁରୁ ତେଗ ବାହାଦୁର ଜୀ: ଜୀବନ, ଶହାଦତ ଏବଂ ଐତିହ୍ୟରେ କହିଛନ୍ତି। ଏହି ଆୟୋଜନ ଗୁୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ଶହାଦତ ଜୟନ୍ତୀ ଉପଲକ୍ଷେ ଆୟୋଜିତ କରାଯାଇଛି, ଯେଉଁଥିରେ ଦେଶ-ବିଶେର ପ୍ରମୁଖ ଇତିହାସକାର, ବିଦ୍ୱାନ ଏବଂ ଶିକ୍ଷାବିତ୍ ଗୁରୁ ସାହିବଙ୍କ ଜୀବନ, ଦର୍ଶନ ଏବଂ ବଳିଦାନ ଉପରେ ନିଜର ବିଚାର ସ୍ପଷ୍ଟ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି