ମହାନ ସନ୍ଥ ଗୁରୁ ସାହିବ ଶ୍ରୀ ଗୁରୁ ରାମଦାସ ମହାରାଜଙ୍କ ପ୍ରକାଶ ପର୍ବରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, 8 ଅକ୍ଟୋବର (ହି.ସ.)- ମହାନ ସନ୍ଥ ଗୁରୁ ସାହିବ ଶ୍ରୀ ଗୁରୁ ରାମଦାସ ମହାରାଜଙ୍କ ପ୍ରକାଶ ପର୍ବରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶିଖ ପନ୍ଥର ଚତୁର୍ଥ ଗୁ
ମହାନ ସନ୍ଥ ଗୁରୁ ସାହିବ ଶ୍ରୀ ଗୁରୁ ରାମଦାସ ମହାରାଜଙ୍କ ପ୍ରକାଶ ପର୍ବରେ ତାଙ୍କୁ ନମନ     କଲେ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ, 8 ଅକ୍ଟୋବର (ହି.ସ.)- ମହାନ ସନ୍ଥ ଗୁରୁ ସାହିବ ଶ୍ରୀ ଗୁରୁ ରାମଦାସ ମହାରାଜଙ୍କ ପ୍ରକାଶ ପର୍ବରେ

ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ

ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶିଖ ପନ୍ଥର

ଚତୁର୍ଥ ଗୁରୁ, ମହାନ ସନ୍ତ ଶ୍ରୀ ଗୁରୁ ରାମଦାସ ଜୀ ମହାରାଜଙ୍କ ପବିତ୍ର ପ୍ରକାଶ

ପର୍ବ ଅବସରରେ ତାଙ୍କୁ କୋଟି-କୋଟି ନମନ। ଗୁରୁ ରାମଦାସ ଜୀ କେବଳ ଧାର୍ମିକ ମାର୍ଗଦର୍ଶନ

ଦେଇନାହାନ୍ତି, ସେ ସମାଜରେ ପ୍ରେମ, ସହିଷ୍ଣୁତା ଓ ଭାଇଚାରାର

ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଥିଲେ। ତାଙ୍କ ଦ୍ୱାରା ସ୍ଥାପିତ ଶ୍ରୀ ଅମୃତସର ସାହିବ ନିଷ୍ଠା ଓ

ଆସ୍ଥାର ପ୍ରତୀକ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗୁରୁ

ରାମଦାସ ଜୀ ମହାରାଜଙ୍କ ଉପଦେଶ ସର୍ବଦା ଆମକୁ ଏହି କଥା ସ୍ମରଣ କରାଇଥାଏ ଯେ,

ମାନବ

ଜୀବନର ସର୍ବୋଚ୍ଚ ଉଦ୍ଦେଶ୍ୟ ହେଉଛି ସେବା, ସଦ୍ଭାବନା ଓ ମାନବତାର କଲ୍ୟାଣ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande