ଭୋପାଳ ୯ଅକ୍ଟୋବର (ହି.ସ.)-
ମଧ୍ୟପ୍ରଦେଶରେ ବିଷାକ୍ତ କଫ ସିରପ ଯୋଗୁଁ ଶିଶୁଙ୍କ ମୃତ୍ୟୁର ଧାରା ଜାରି ରହିଛି। ବୁଧବାର
ରାତିରେ ଆଉ ଏକ ଶିଶୁର ମୃତ୍ୟୁ ଘଟିଛି। ଛିନ୍ଦୱାଡ଼ାର ଉମରେଠ ତହସିଲର ପଚଧାର ଗ୍ରାମର ତିନି
ବର୍ଷୀୟ ମୟଙ୍କ ସୂର୍ଯ୍ୟବଂଶୀ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛନ୍ତି। ସେ ୨୫ ସେପ୍ଟେମ୍ବରରେ ନାଗପୁର ମେଡିକାଲ କଲେଜରେ
ଭର୍ତ୍ତି କରାଯାଇଥିଲା। ଏହା ପରେ ମୋଟ ମୃତ
ଶିଶୁଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୧୯ ଜଣ ଛିନ୍ଦୱାଡ଼ା, ୨ ଜଣ ବୈତୁଲର ଏବଂ ଜଣେ ପାଣ୍ଡୁର୍ନା ଜିଲ୍ଲାର ଥିଲେ।
ସମସ୍ତେ ଆଠ ବର୍ଷରୁ କମ୍ ବୟସର ଥିଲେ।
ଅନ୍ୟପକ୍ଷରେକୋଲଡ୍ରିଫ କଫ ସିରପ
ପ୍ରସ୍ତୁତ କରୁଥିବା କମ୍ପାନୀ ଶ୍ରୀସନ ଫାର୍ମାର ନିର୍ଦ୍ଦେଶକ ଗୋବିନ୍ଦନ ରଙ୍ଗନାଥନଙ୍କୁ ଗିରଫ
କରାଯାଇଛି। ଛିନ୍ଦୱାଡ଼ା ପୋଲିସ ଅଧୀକ୍ଷକ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ମାମଲାରେ
ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି ) ବୁଧବାର ରାତିରେ ଚେନ୍ନାଇରେ ଚଢାଉ କରି କମ୍ପାନୀର
ନିର୍ଦ୍ଦେଶକ ରଙ୍ଗନାଥନଙ୍କୁ ଗିରଫ କରିଛି। ଏସଆଇଟି କମ୍ପାନୀରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଔଷଧ ନମୁନା ଏବଂ ଉତ୍ପାଦନ ରେକର୍ଡ ମଧ୍ୟ ଜବତ କରିଛି।
ସେ କହିଛନ୍ତି ଯେ ଶ୍ରୀସାନ ଫାର୍ମାର ନିର୍ଦ୍ଦେଶକ ରଙ୍ଗନାଥନଙ୍କୁ ଗିରଫ ପରେ ଆଜି ଚେନ୍ନାଇର ଏକ କୋର୍ଟରେ ହାଜର କରାଯିବ ଏବଂ
ଟ୍ରାଞ୍ଜିଟ୍ ରିମାଣ୍ଡ ପାଇବା ପରେ ଛିନ୍ଦୱାଡ଼ାକୁ ଅଣାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା