ଭାରତରେ ଖୋଲିବ ବ୍ରିଟେନର ନାମୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ
ମୁମ୍ବାଇ, ୦୯ ଅକ୍ଟୋବର (ହି.ସ.) – ବ୍ରିଟେନରେ ନଅଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ଖୁବ୍ ଶୀଘ୍ର ଭାରତରେ କ୍ୟାମ୍ପସ ଖୋଲିବେ, ଯାହା ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ଦେଶରେ ରହି ଆନ୍ତର୍ଜାତୀୟ ସ୍ତରରେ ଅଧ୍ୟୟନ କରିବାର ସୁଯୋଗ ଦେବ । ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିନଟେକ୍ ଫେଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍
ଭାରତରେ ଖୋଲିବ ବ୍ରିଟେନର ନାମୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ


ମୁମ୍ବାଇ, ୦୯ ଅକ୍ଟୋବର (ହି.ସ.) – ବ୍ରିଟେନରେ ନଅଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ଖୁବ୍ ଶୀଘ୍ର ଭାରତରେ କ୍ୟାମ୍ପସ ଖୋଲିବେ, ଯାହା ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ଦେଶରେ ରହି ଆନ୍ତର୍ଜାତୀୟ ସ୍ତରରେ ଅଧ୍ୟୟନ କରିବାର ସୁଯୋଗ ଦେବ । ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିନଟେକ୍ ଫେଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଏକ ମିଳିତ ବିବୃତିରେ ଏହି ସୂଚନା ଦେଇଛନ୍ତି । ଉଭୟ ନେତା ଶିକ୍ଷାକୁ ଦ୍ୱିପାକ୍ଷିକ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବରେ ବର୍ଣ୍ଣନା କରିଥିଲେ ଏବଂ ଭାରତରେ ବ୍ରିଟିଶ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବାରେ ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ।

ଉଲ୍ଲେଖନୀୟ ଯେ ଭାରତର ଅନେକ ପ୍ରତିଭାବାନ ଛାତ୍ର ଉଚ୍ଚଶିକ୍ଷା ପାଇଁ ବିଦେଶକୁ ଚାହାନ୍ତି, ବିଶେଷକରି ବ୍ରିଟେନର ବିଶ୍ୱବିଦ୍ୟାଳୟ ଗୁଡ଼ିକ ସେମାନଙ୍କୁ ଆକର୍ଷିତ କରୁଛନ୍ତି । ଭାରତ ଉପରେ ବ୍ରିଟିଶ ଶାସନ ସମୟରୁ ଏହି ପ୍ରଥା ପ୍ରଚଳିତ ହୋଇଆସୁଛି । ପୂର୍ବରୁ ଭାରତୀୟମାନେ ବାରିଷ୍ଟର ଏବଂ ଅନ୍ୟାନ୍ୟ ବୃତିଗତ ହେବା ପାଇଁ ଲଣ୍ଡନ ଯାତ୍ରା କରୁଥିଲେ । ସ୍ୱାଧୀନତା ପରେ ମଧ୍ୟ ବ୍ରିଟେନର ଅନେକ ବିଶ୍ୱବିଦ୍ୟାଳୟ ସ୍ୱୀକୃତିପ୍ରାପ୍ତ ରହିଛି, କିନ୍ତୁ ସମୟ ସହିତ ସେହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ବହୁତ ମହଂଗା ଏବଂ ସାଧାରଣ ଲୋକଙ୍କ ପହଂଚିବା ବାହାରେ ହୋଇଯାଇଛି । ଭାରତ ଏବଂ ବ୍ରିଟେନ ମଧ୍ୟରେ ହୋଇଥିବା ନୂତନ ଚୁକ୍ତିନାମା ସହିତ ଭାରତୀୟ ଛାତ୍ରମାନେ ଏବେ ଭାରତରେ ରହି ବ୍ରିଟିଶ ବିଶ୍ୱବିଦ୍ୟାଳୟ ପରି ଶିକ୍ଷା ଏବଂ ଡିଗ୍ରୀ ପାଇପାରିବେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande