କେରଳରେ କଂଗ୍ରେସର ତିନି ବିଧାୟକ ବିଧାନସଭାରୁ ନିଲମ୍ବିତ
ତିରୁବନନ୍ତପୁରମ୍‌, ୦୯ ଅକ୍ଟୋବର(ହି.ସ.) – କେରଳର ସବରୀମାଳା ସ୍ଥିତ ଭଗବାନ ଅୟପ୍ପା ମନ୍ଦିରରେ ଦ୍ୱାରପାଳକ ମୂର୍ତିି ଉପରେ ସୁନା ପରତ ଚଢ଼ାଇବାରେ ଅନିୟମିତତା ବିଷୟ ଉପରେ ଲଗାତାର ଚତୁର୍ଥ ଦିନ ଗୁରୁବାର ଦିନ ବିଧାନସଭାର କାର୍ଯ୍ୟବାହୀ ବାଧିତ ହୋଇଛି। ବିଧାନସଭାରେ ବଡ଼ ହଙ୍ଗାମା ମଧ୍ୟରେ କଂଗ୍ରେସର ତିନି
କେରଳରେ କଂଗ୍ରେସର ତିନି ବିଧାୟକ ବିଧାନସଭାରୁ ନିଲମ୍ବିତ


ତିରୁବନନ୍ତପୁରମ୍‌, ୦୯ ଅକ୍ଟୋବର(ହି.ସ.) – କେରଳର ସବରୀମାଳା ସ୍ଥିତ ଭଗବାନ ଅୟପ୍ପା ମନ୍ଦିରରେ ଦ୍ୱାରପାଳକ ମୂର୍ତିି ଉପରେ ସୁନା ପରତ ଚଢ଼ାଇବାରେ ଅନିୟମିତତା ବିଷୟ ଉପରେ ଲଗାତାର ଚତୁର୍ଥ ଦିନ ଗୁରୁବାର ଦିନ ବିଧାନସଭାର କାର୍ଯ୍ୟବାହୀ ବାଧିତ ହୋଇଛି। ବିଧାନସଭାରେ ବଡ଼ ହଙ୍ଗାମା ମଧ୍ୟରେ କଂଗ୍ରେସର ତିନି ସଦସ୍ୟଙ୍କୁ ନିୟମର ଉଲ୍ଲଂଘନ ଅଭିଯୋଗରେ ଚଳିତ ଅଧିବେଶନର ଶେଷ ଅବଧି ପାଇଁ ନିଲମ୍ବିତ କରିଦିଆ ଯାଇଛି।

କଂଗ୍ରେସର ଯେଉଁ ତିନି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି ସେମାନଙ୍କ ମଧ୍ୟରେ ରୋଜୀ ଏମ୍ ଜନ୍‌, ଏମ୍ ବିସେଂଟ ଏବଂ ସନୀଶ କୁମାର ଯୋସେଫ ସାମିଲ ଅଛନ୍ତି। ରାଜ୍ୟରେ କଂଗ୍ରେସ ବିରୋଧି ମେଂଟ ସଂଯୁକ୍ତ ଲୋକତାନ୍ତ୍ରିକ ମୋର୍ଚ୍ଚା(ୟୁଡିଏଫ୍‌)ର ପ୍ରମୁଖ ଘଟକ ଅଟନ୍ତି। ସୁନାର ପରତ ବିଷୟ ଉପରେ ୟୁଡିଏଫ୍ ସଦସ୍ୟର ହଙ୍ଗାମାର କାରଣରୁ ଗୃହର କାର୍ଯ୍ୟବାହୀ ଆଜି କିଛି ସମୟ ପାଇଁ ସ୍ଥଗିତ କରାଯାଇଥିଲା। ଏହାପରେ କାର୍ଯ୍ୟବାହୀ ଆରମ୍ଭ ହେବା ଉପରେ ବିରୋଧି ସଦସ୍ୟ ଏହି ବିଷୟରେ ଦେବାସ୍ୱୋମ ମନ୍ତ୍ରୀ ବିଏନ୍ ବାସୱାନଙ୍କ ଇସ୍ତଫା ଦାବିକୁ ନେଇ ଗୃହରେ ନାରା ଲଗାଇଥିଲେ ଏବଂ ବ୍ୟାନର ମଧ୍ୟ ଉଡ଼ାଇଥିଲେ। ଅଭିଯାଗ ଯେ ୟୁଡିଏଫ୍ ସଦସ୍ୟ ଏହି ଅବସରରେ ଗୃହରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ଯାହାଦ୍ୱାରା ଚିଫ୍ ମାର୍ଶଲଙ୍କୁ ଆଘାତ ହୋଇଛି। ବିରୋଧି ବିଧାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସହିତ ଧକ୍କା-ମୁକ୍କୀ କରିବାର ମଧ୍ୟ ଅଭିଯୋଗ ହୋଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande