ହାଇଦ୍ରାବାଦ, ୦୯ ଅକ୍ଟୋବର(ହି.ସ.) – ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ସହରାଂଚଳ ନିର୍ବାଚନ କରିବା ଏବଂ ନିର୍ବାଚନରେ ପଛୁଆ ଜାତିକୁ ୪୨ ପ୍ରତିଶତ ସଂରକ୍ଷଣ ଦେବା ସମ୍ବନ୍ଧୀୟ ଆଦେଶ ଉପରେ ରୋକ ଲଗାଇଛି। ଉଚ୍ଚ ନ୍ୟାୟାଳୟର ଏହି ଆଦେଶରେ କଂଗ୍ରେସ ଶାସିତ ରାଜ୍ୟ ସରକାରଙ୍କୁ ନଗଡ଼ା ଝଟକା ଲାଗିଛି।
କୋର୍ଟ ଅଭିଯୋଗକର୍ତାଙ୍କୁ ଦୁଇ ସପ୍ତାହ ଭିତରେ ଉତର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ମଧ୍ୟ ଚାରି ସପ୍ତାହ ଭିତରେ ଉତର ସତ୍ୟପାଠ ଦାଖିଲ କରିବାକୁ ଆଦେଶ ଦେଇଛନ୍ତି। ଏଥିପାଇଁ ଶୁଣାଣୀ ଚାରି ସପ୍ତାହ ପାଇଁ ସ୍ଥଗିତ କରିଦିଆ ଯାଇଛି। ନ୍ୟାୟାଳୟର ଆଦେଶ ପରେ ରାଜ୍ୟରେ ସହରାଂଚଳ ନିର୍ବାଚନ ଅଟକି ଯାଇଛି। ରାଜ୍ୟ ନିର୍ବାଚନ ଆୟୋଗ ଉଚ୍ଚ ନ୍ୟାୟାଳୟର ଆଦେଶର ନିରୀକ୍ଷଣ କରିବା ପରେ କୌଣସି ନିର୍ଣ୍ଣୟ ନେବେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି