ପଞ୍ଜାବରେ ଦୁଇ ବବର ଖାଲସା ଆତଙ୍କବାଦୀ ଗିରଫ, ୨.୫ କେଜି ଆରଡିଏକ୍ସ ଜବତ
ଚଣ୍ଡିଗଡ଼, ୯ ଅକ୍ଟୋବର (ହି.ସ.): ପାର୍ବଣ ଋତୁରେ ଯୋଜନାବଦ୍ଧ ଏକ ବଡ଼ ଆକ୍ରମଣକୁ ପଣ୍ଡ କରି ପଞ୍ଜାବ ପୋଲିସ ଦୁଇ ବବର ଖାଲସା ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଅଢ଼େଇ କିଲୋ ଆରଡିଏକ୍ସ ଜବତ କରାଯାଇଛି । ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ଗୁରୁବାର କହିଛନ୍ତି ଯେ, ପଞ୍ଜାବ ପୋଲି
ପଞ୍ଜାବରେ ଦୁଇ ବବର ଖାଲସା ଆତଙ୍କବାଦୀ ଗିରଫ, ୨.୫ କେଜି ଆରଡିଏକ୍ସ ଜବତ


ଚଣ୍ଡିଗଡ଼, ୯ ଅକ୍ଟୋବର (ହି.ସ.): ପାର୍ବଣ ଋତୁରେ ଯୋଜନାବଦ୍ଧ ଏକ ବଡ଼ ଆକ୍ରମଣକୁ ପଣ୍ଡ କରି ପଞ୍ଜାବ ପୋଲିସ ଦୁଇ ବବର ଖାଲସା ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଅଢ଼େଇ କିଲୋ ଆରଡିଏକ୍ସ ଜବତ କରାଯାଇଛି ।

ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ଗୁରୁବାର କହିଛନ୍ତି ଯେ, ପଞ୍ଜାବ ପୋଲିସର କାଉଂଟର ଇଂଟେଲିଜେନ୍ସ ଦଳ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଂଟରନ୍ୟାସନାଲର ଏକ ମଡ୍ୟୁଲକୁ ଧ୍ୱଂସ କରିଛି ଏବଂ ଗୁରଜିନ୍ଦର ସିଂହ ଏବଂ ଦିୱାନ ସିଂହଙ୍କୁ ଗିରଫ କରିଛି । ନେଟୱାର୍କଟି ୟୁକେ-ଭିତିକ ହ୍ୟାଣ୍ଡଲର ନିଶାନ ଏବଂ ଆଦେଶ ମାଧ୍ୟମରେ କାର୍ଯ୍ୟ କରୁଥିଲା, ଯେଉଁମାନେକି ବିକେଆଇ ର ମାଷ୍ଟରମାଇଣ୍ଡ ହରବିନ୍ଦର ସିଂହ ରିଣ୍ଡାଙ୍କ ଠାରୁ ନିର୍ଦ୍ଦେଶ ମିଳୁଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande