ନୂଆଦିଲ୍ଲୀ, ୦୯ ଅକ୍ଟୋବର(ହି.ସ.) – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ କହିଛନ୍ତି ଯେ ଶୀତଦିନ ନିକଟତର ଏବଂ ଆତଙ୍କାବଦୀ ବରଫପାତର ଫାଇଦା ଉଠାଇ ଅନୁପ୍ରବେଶ ଚେଷ୍ଟା କରିପାରନ୍ତି, ଏଥିପାଇଁ ସୁରକ୍ଷା ବଳଙ୍କୁ ସମସ୍ତ ପରିସ୍ଥିତି ସହିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଦରକାର।
ଅମିତ ଶାହ ଏଠାରେ ଜାମ୍ମୁ ଏବଂ କାଶ୍ମୀର ସୁରକ୍ଷା ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। ସେ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଆତଙ୍କାବଦୀ-ମୁକ୍ତ ଜାମ୍ମୁ ଏବଂ କାଶ୍ମୀର ଲକ୍ଷ୍ୟକୁ ପ୍ରାପ୍ତ କରିବାକୁ ଅତୁଟ ପ୍ରତିବଦ୍ଧତା ଦୋହରାଇଛନ୍ତି। ସେ କହିଛନ୍ତି ଯେ ସୁରକ୍ଷା ଏଜେନ୍ସିର ଠୋସ ଏବଂ ସମନ୍ୱିତ ପ୍ରୟାସ କାରଣରୁ ଏବେ ଜାମ୍ମୁ-କାଶ୍ମୀରରେ ଶତ୍ରୁ ଦେଶ ଦ୍ୱାରା ପୋଷିତ ଆତଙ୍କବାଦୀ ନେଟୱର୍କ ପ୍ରାୟ ସମାପ୍ତ ହୋଇସାରିଛି।
ସେ କହିଛନ୍ତି ଯେ ଆମର ସୁରକ୍ଷ ବଳକୁ ଜାମ୍ମୁ-କାଶ୍ମୀରର ଶାନ୍ତି ଏବଂ ସୁରକ୍ଷାକୁ ବିପଦ ପହଂଚାଉଥିବା ସମସ୍ତ ଚେଷ୍ଟାକୁ ନଷ୍ଟ କରିବାର ପୁରା ସ୍ୱାଧୀନତା ଅଛି। ସରକାର ଆତଙ୍କବାଦକୁ ମୂଳରୁ ଶେଷ କରିବା ପାଇଁ ଯଥାସମ୍ଭବ ପଦକ୍ଷେପ ନେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି