ଭୁବନ ଥାନା ତରଫରୁ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ପାଳିତ
ଭୁବନ, ୧୦ ନଭେମ୍ବର (ହି.ସ.)- ଭୁବନ ଥାନା ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜନ ଶୁଣାଣି ପାଇଁ ବ୍ଲକକୁ ଆସିଥିବା ବେଳେ ବନ୍ଦେ ମାତରଂ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ଗୀତ ବ
ଭୁବନ ଥାନା ତରଫରୁ ବନ୍ଦେ ମାତରମ୍ ଅନୁଷ୍ଠିତ


ଭୁବନ, ୧୦ ନଭେମ୍ବର (ହି.ସ.)- ଭୁବନ ଥାନା ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜନ ଶୁଣାଣି ପାଇଁ ବ୍ଲକକୁ ଆସିଥିବା ବେଳେ ବନ୍ଦେ ମାତରଂ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ହେଉଛି ଦେଶ ଭକ୍ତି, ସାହସ ଓ ଏକତାର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ । ବିଡ଼ିଓ ଆୟୁଶି ମହାପାତ୍ରଙ୍କ ସମେତ କାମାକ୍ଷା ନଗର ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ରଜନୀ କାନ୍ତ ସାମଲ, ଭୁବନ ଥାନା ଭାରପ୍ରାପ୍ତ ଥାନାଧିକାରୀ ସୁବ୍ରତ କୁମାର ସାହୁ, ଦୀପକ ମର୍ଦ୍ଦରାଜ ଭୂୟାଁ, ମାନସ ନାୟକ, ଜ୍ୟୋତିର୍ମୟ ସିଂ ପ୍ରମୁଖ ଉପସ୍ଥିତ ରହି ବନ୍ଦେ ମାତରଂ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ବନ୍ଦେ ମାତରଂ ଗାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande