ଏମ୍ସ କର୍ମଚାରୀ ସୁଧାଂଶୁ ଖୁଂଟିଆ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବା ଅଟକ
ଭୁବନେଶ୍ୱର,୧୦ ନଭେମ୍ବର (ହି.ସ.)- ସରକନ୍ତରା ଏମ୍ସ କର୍ମଚାରୀ ସୁଧାଂଶୁ ଖୁଂଟିଆ ହତ୍ୟାକାଣ୍ଡ ମାମଲାରେ ମାଷ୍ଟରମାଇଣ୍ଡ ଶିବା ପ୍ରଧାନକୁ ଅଟକ ରଖାଯାଇଛି । ଖଣ୍ଡଗିରି ଥାନା ପୋଲିସ ଶିବାକୁ ମାରଣାସ୍ତ୍ର ସହ ଉଠାଇନେଇଛି । ଗତ ଅକ୍ଟୋବର ୧୩ ତାରିଖ ଦିନ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସୁଧାଂଶୁଙ୍କୁ ବି
ଏମ୍ସ କର୍ମଚାରୀ ସୁଧାଂଶୁ ଖୁଂଟିଆ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବା ଅଟକ


ଭୁବନେଶ୍ୱର,୧୦ ନଭେମ୍ବର (ହି.ସ.)- ସରକନ୍ତରା ଏମ୍ସ କର୍ମଚାରୀ ସୁଧାଂଶୁ ଖୁଂଟିଆ ହତ୍ୟାକାଣ୍ଡ ମାମଲାରେ ମାଷ୍ଟରମାଇଣ୍ଡ ଶିବା ପ୍ରଧାନକୁ ଅଟକ ରଖାଯାଇଛି । ଖଣ୍ଡଗିରି ଥାନା ପୋଲିସ ଶିବାକୁ ମାରଣାସ୍ତ୍ର ସହ ଉଠାଇନେଇଛି । ଗତ ଅକ୍ଟୋବର ୧୩ ତାରିଖ ଦିନ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସୁଧାଂଶୁଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲା। ମର୍ଡର କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ମୃତକଙ୍କ ପରିବାର ଲୋକେ ଶିବାକୁ ଧରିବା ଦାବିରେ ପୂର୍ବରୁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ। ଶିବାକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚାଲିଥିବା ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande