
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଏହି ବ୍ଲକ୍ ବେଲେଶରପୁରସ୍ଥିତ ମା ବେଲେଶ୍ୱରଶୁଣୀଙ୍କ ପୀଠରେ ୫ ଦିନ ବ୍ୟାପି ଚାଲିଥିବା ରାସ ପୂର୍ଣ୍ଣମା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏଠାରେ ଠାକୁରଙ୍କ ମୂର୍ତର୍ି ସାଙ୍ଗକୁ ସାଂସ୍କୃତିକ ମଂଚରେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ନୃତ୍ୟ ପ୍ରତିଯୋଗିତା, ଦ୍ୱିତୀୟ ଦିବସରେ ଭଜନ ସନ୍ଧ୍ୟା ସହ ନୀଳ ମାଧବ ଅପେରା ପକ୍ଷରୁ ନାଟକ ପରିବେଷଣ କରାଯାଇଥିଲା । କୃତି ପ୍ରତିଯୋଗୀଙ୍କୁ ଆଗରପଡା ଥାନାଧିକାରୀ ଦେବରାଜ ଜେନା ପୁରସ୍କୃତ କରିଥିଲେ । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା,ସମାଜସେବୀ ରଘୁନାଥ ପଣ୍ଡା, ବିକାଶ ଶ୍ରେଷ୍ଠା,ପୂର୍ବତନ ସରପଂଚ ରବିନାରାୟଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାସ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କମିଟିର ସମାଜସେବିକା ଉର୍ବଶୀ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଚିନ୍ମୟ ସିଂହ,ନିକୁଞ୍ଜ ସାହୁ, ଟୁନା ସାହୁ, ଲକ୍ଷ୍ମୀଧର ସାହୁ, ସନ୍ତୋଷ ଜେନା, ନିରାକର ସାହୁ, ବିଷ୍ଣୁ ଜେନା ପ୍ରମୁଖ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ