ସ୍ୱାଧୀନତା ସଂଗ୍ରାମ ତଥା ସାଂସ୍କୃତିକ ଜାଗରଣ, ଭଦ୍ରକ ଭୂଖଣ୍ଡର ଅସ୍ମିତା’, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଉଦ୍ଘାଟିତ
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଭାରତ ବର୍ଷ ତଥା ସମଗ୍ର ଓଡ଼ିଶା ରାଜ୍ୟରେ ଭଦ୍ରକ ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର। ଭାରତର ସ୍ୱାଧୀନତା ସଂଗ୍ରାମରେ ଏହି ମାଟିର ମଣିଷମାନେ ଯୋଗଦେଇ ଯେପରି ଅଦମ୍ୟ ସାହସ ପ୍ରଦର୍ଶନ କରି ବଳିଦାନ ଦେଇଛନ୍ତି। ସେପରି ଏହି ମାଟି ସଂସ୍କୃତି, ସାହିତ୍ୟ, ଐତିହ୍ୟର ଗୌରବ ଗୀତିକା ଗା
BHADRAK MOHASTAV & PUSTAK MELA UDGHATITA


ଭଦ୍ରକ, ୧୦ ନଭେମ୍ବର (ହି.ସ.) - ଭାରତ ବର୍ଷ ତଥା ସମଗ୍ର ଓଡ଼ିଶା ରାଜ୍ୟରେ ଭଦ୍ରକ ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର। ଭାରତର ସ୍ୱାଧୀନତା ସଂଗ୍ରାମରେ ଏହି ମାଟିର ମଣିଷମାନେ ଯୋଗଦେଇ ଯେପରି ଅଦମ୍ୟ ସାହସ ପ୍ରଦର୍ଶନ କରି ବଳିଦାନ ଦେଇଛନ୍ତି। ସେପରି ଏହି ମାଟି ସଂସ୍କୃତି, ସାହିତ୍ୟ, ଐତିହ୍ୟର ଗୌରବ ଗୀତିକା ଗାଉଛି। ଏହି ମାଟିର ମଣିଷ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ନୂତନ ଓଡ଼ିଶା ଗଠନରେ ଯେପରି ନେତୃତ୍ୱ ନେଇଥିଲେ ସେପରି ଏହି ମାଟିର ଅମର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ରଚନା ବନ୍ଦେ ଉତ୍କଳ ଜନନୀ....ଆମ ରାଜ୍ୟର ଜାତୀୟ ସଂଗୀତ ହୋଇ ଆମ ମାଟିର ଅସ୍ମିତାକୁ ଉର୍ଦ୍ଧ୍ୱକୁ ତୋଳି ଧରିଛି। ଏଣୁ ଭାରତର ସ୍ୱାଧୀନତା ସଂଗ୍ରାମ ତଥା ସାଂସ୍କୃତିକ ଜାଗରଣ ଏହି ଭୂମିର ଅସ୍ମିତା ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଉଦ୍ଘାଟନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହକୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ଏବଂ ପୁସ୍ତକର ଉପାଦେୟତା ଉପରେ ଆଲୋକପାତ କରିଥିଲୋ। ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ବକ୍ତା, ଚରମ୍ପା ଆଇ.ଟି.ଆଇ. ଅଧ୍ୟକ୍ଷା ତଥା 'ନୂଆ ଯୁଗର ନୂଆ ସକାଳ' ସମ୍ପାଦିକା କବୟିତ୍ରୀ ଅବନ୍ତୀ ମଲ୍ଲିକ, ରୋଟାରିୟାନ ଶିଶିର କୁମାର ମିଶ୍ର, ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକ ପ୍ରକାଶ ମିଶ୍ର, ଅଧ୍ୟାପକ ରୋଟାରିୟାନ ଶେଖ୍ ନାଶିର ବକ୍ସ, କବୟିତ୍ରୀ ନିରୁପମା ମିଶ୍ର ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହୋତ୍ସବ ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ଦେଇଥିବା ବେଳେ ମହୋତ୍ସବ ଓ ପୁସ୍ତକ ମେଳାର ସମ୍ପାଦକ ରବିନାରାୟଣ ଖିଲାର ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଡା. ଅନିଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କବୟିତ୍ରୀ ନିରୁପମା ମିଶ୍ରଙ୍କ କବିତା ପୁସ୍ତକ ‘ଅସ୍ତରାଗ’ ଲୋକାର୍ପିତ ହୋଇଥିଲା। ସହ ସମ୍ପାଦିକା କଳ୍ପନା ଜେନା ଅତିଥି ମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବାବେଳେ ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ଭାଷଣ ସଂଗୀତ ପରିବେଷଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଡ.ଜାନକୀ ପାଢ଼ୀ ଓ ଅଧ୍ୟକ୍ଷା ଦିପ୍ତୀମୟୀ ସାହୁ, କବୟିତ୍ରୀ ତଥା ଶିକ୍ଷୟିତ୍ରୀ ମନୋରମା ରାୟ , କବୟିତ୍ରୀ ସଂଯୁକ୍ତା ବଳ ମମତା ଦାଶ ଓଡ଼ିଶା ଜାତୀୟ ସଂଗୀତ ପରିବେଷଣ କରିଥିଲେ।, ସୁଶ୍ରୀ ଅଞ୍ଜନା ମିଶ୍ର, କବୟିତ୍ରୀ ଚୈତାଳି ଖିଲାର, ଆଡଭୋକେଟ୍ ଅଞ୍ଜୁବାଳା ରାଉତ, ସୁପ୍ରଭା ମିଶ୍ର, ସୁମିତ୍ରା ପାଣି, ଶଶିକଳା ମିଶ୍ର ଙ୍କ ପ୍ରମୁଖ ମଂଚ ଓ ମହୋତ୍ସବ ପରିଚାଳନା କରିଥିଲେ। ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ, ଉତ୍ସବ ଡ୍ୟାନ୍ସ ଗ୍ରୁପ ର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନଭେମ୍ବର ୧୦ରୁ ୨୩ ପର୍ଯ୍ୟନ୍ତ ୧୪ଦିନ ଧରି ଅନୁଷ୍ଠିତ ଉକ୍ତ ସାରସ୍ୱତ ଓ ସାଂସ୍କୃତିକ ସମାବେଶରେ ଓଡ଼ିଶା ସଂସ୍କୃତି ବିଭାଗ ଓ ଭଦ୍ରକ ଜିଲ୍ଲାର ବହୁ କଳାକାର ଓ ପୁସ୍ତକ ପ୍ରକାଶକ ଅଂଶଗ୍ରହଣ କରିବେ ବୋଲି ମହୋତ୍ସବ କମିଟିର ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ ରାୟ ପ୍ରକାଶ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande