

ସମ୍ବଲପୁର, ୧୦ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ତଥା ଜମନକିରା ବ୍ଲକ ଅନ୍ତର୍ଗତ ଭାତପୁରା ଗ୍ରାମ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ଗୌଡଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି ।ସ୍କୁଲର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ , ନୃପଳାଲ ପଲେଇ, ରୁଦ୍ର ନାରାୟଣ ବେହେରା, ଝାସକେତନ୍ ସାହୁ ,ପ୍ରଭାତ ବେହେରା ପ୍ରମୁଖ ପ୍ରତିଷ୍ଠାତା ସଦସ୍ୟ ଙ୍କ ସମେତ ଓଷ୍ଟା ର ଜିଲ୍ଲା ସଭାପତି କ୍ଷିରୋଦ କୁମାର ପଣ୍ଡା,କାର୍ଯ୍ୟକାରୀ ସଭାପତି ଶୁଗତ ପଟେଲ, ପୂର୍ବତନ ସଭାପତି କୂଳଧର ପ୍ରଧାନ,ସହ ସମ୍ପାଦକ ବିଶ୍ଵାମିତ୍ର ଦୀପ ,କମଳ ବେହେରା ପ୍ରମୁଖ ବିଭିନ୍ନ ବ୍ଲକରନ କର୍ମକର୍ତ୍ତା ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦେବା ସହ ରାଜ୍ୟ ସରକାର ସମାନ କାମ ପାଇଁ ସମାନ ଦରମା ଓ ପେନସନ ଦାବି କରିଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ରତନ ଲାଲ ସିଂହ ସ୍ଵାଗତ ଭାଷଣ ସହ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ବାସି ଙ୍କ ସହ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଗଣ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଖଗେଶ୍ବର ନାଏକ ପରିଚାଳନା କରିଥିବା ବେଳେ ଶେଷରେ ଖେଳ ଶିକ୍ଷକ ପ୍ରଦୀପ୍ତ ବାରିକ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଗୌଡ଼ ଙ୍କୁ ସପତ୍ନିକ ମାନପତ୍ର,ଉପଢ଼ୌକନ ଓ ବିଭିନ୍ନ ଉପହାର ଦେଇ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।ପ୍ରଧାନ ଶିକ୍ଷକ ଲେଖନୀ ନିଶୃତ ଗୀତ କୁ ନେଇ ଛାତ୍ର ଛାତ୍ରୀ ଗଣ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ