
Bhubaneswar, 10 ନଭେମ୍ବର (ହି.ସ.)
ସୁରକ୍ଷା କଡ଼ାକଡ଼ି ପାଇଁ ନିବେଦନ
ବିଜେପିର ଏଜେଣ୍ଟ ସାଜିଥିବା ଜିଲ୍ଲାପାଳ ଓ ଏସ୍ପିଙ୍କୁ ବହିଷ୍କାର କରାଯାଉ
ନୂଆପଡ଼ାର ୩୨ଟି ଅତି ସମ୍ୱେଦନଶୀଳ ବୁଥ୍କୁ ନେଇ ଚିନ୍ତାବ୍ୟକ୍ତ କରିଛି ବିଜୁ ଜନତା ଦଳ । ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାରେ ହିଂସାକାଣ୍ଡ ହେବା ଆଶଙ୍କାରେ ସୁରକ୍ଷା ଯାଞ୍ଚ ଓ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରିଛି ବିଜେଡି । ବିଜେଡି ପକ୍ଷରୁ ଦାଖଲ ସ୍ମାକରପତ୍ରରେ କୁହାଯାଇଛି ଯେ ନୂଆପଡ଼ାରେ ୧୭ଟି ବୁଥ୍ ଏବଂ କୋମନା ବ୍ଲକ୍ରେ ୧୫ଟି ବୁଥ୍ ଅତି ସମ୍ୱେଦନଶୀଳ ।
ନୂଆପଡ଼ା ନିର୍ବାଚନମଣ୍ଡଳୀର ଲୋକମାନେ ସରଳ ଓ ଶାନ୍ତି ପ୍ରିୟ ହୋଇଥିବା ବେଳେ, ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଳକିଆ ଏବଂ ଅନ୍ୟ ବିଜେପି ନେତାଙ୍କ ନିଦେ୍ର୍ଦଶରେ ଏବେ ଠାରୁ ହିଂସାକାଣ୍ଡର ପଦଚିହ୍ନ ଦେଖିବାକୁ ମିଳିଲାଣି ବୋଲି ବିଜେଡି ଗୁରୁତର ଅଭିଯୋଗ ଆଣିଛି । ସାଇଲେଣ୍ଟ ପିରିୟଡରେ ମଧ୍ୟ ଶାସକ ବିଜେପି ଅନୈତିକ ଏବଂ ବେଆଇନ୍ ଭାବେ ପ୍ରଚାର କାମ ଜାରି ରଖିଛି । ଏପରିସ୍ଥଳେ ଉକ୍ତ ୩୨ଟି ଅତି ସମ୍ୱେଦନଶୀଳ ବୁଥ୍ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ ବୋଲି ସିଇଓଙ୍କୁ ବିଜେଡି ନିବେଦନ କରିଛି । କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରତ୍ୟେକ ସମ୍ୱେଦନଶୀଳ ବୁଥ୍ରେ ପୁଲିସ୍ ଓ କେନ୍ଦ୍ରୀୟ ଫୋସର୍୍୍ ନିୟୋଜନ ସୁନିଶ୍ଚିତ କଲେ ଆସନ୍ତା କାଲି ନୂଆପଡ଼ାରେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ହୋଇପାରିବ ବୋଲି ବିଜେଡି କହିଛି । ନୂଆପଡ଼ାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶାସକ ବିଜେପି କଥାରେ ପରିଚାଳିତ ହୋଇ ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଉଛନ୍ତି । ସେମାନେ ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି । ତେଣୁ ସେମାନଙ୍କୁ ତତ୍କ୍ଷଣାତ୍ ନିର୍ବାଚନ ଦାୟିତ୍ୱରୁ ଅପସାରଣ କରାଯାଉ ବୋଲି ଦଳ ଦାବି କରିଛି । ବିଜେଡି ପ୍ରତିନିଧି ଦଳରେ ସୁଲତା ଦେଓ, ଡ. ଲେନିନ୍ ମହାନ୍ତି, ଡ଼. ପ୍ରିୟବ୍ରତ ମାଝୀ, ଇପ୍ସିତା ଶାହୁ, ମିହିର ରାୟ, ନାରାୟଣ ଜେନା, ଇଲ୍ଲା ସ୍ୱାଇଁ, ଅଂଶୁ ତ୍ରିପାଠୀ, ସୋଫିଆ ଆଲମ୍, ଜ୍ୟୋତ୍ସ୍ନା ପରିଡ଼ା, ରିତାଞ୍ଜଳି ପ୍ରଧାନ ଓ ମୀନତି ବେହେରା ସାମିଲ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା