ବ୍ଲକସ୍ତରୀୟ ସାଂସଦ କ୍ରୀଡ଼ା ମହୋତ୍ସବ
ବ୍ଲକସ୍ତରୀୟ ସାଂସଦ କ୍ରୀଡ଼ା ମହୋତ୍ସବ
ବ୍ଲକସ୍ତରୀୟ  ସାଂସଦ କ୍ରୀଡ଼ା ମହୋତ୍ସବ


ବ୍ଲକସ୍ତରୀୟ  ସାଂସଦ କ୍ରୀଡ଼ା ମହୋତ୍ସବ


ବ୍ଲକସ୍ତରୀୟ  ସାଂସଦ କ୍ରୀଡ଼ା ମହୋତ୍ସବ


ବ୍ଲକସ୍ତରୀୟ  ସାଂସଦ କ୍ରୀଡ଼ା ମହୋତ୍ସବ


ବ୍ଲକସ୍ତରୀୟ  ସାଂସଦ କ୍ରୀଡ଼ା ମହୋତ୍ସବ


ବ୍ଲକସ୍ତରୀୟ  ସାଂସଦ କ୍ରୀଡ଼ା ମହୋତ୍ସବ


ସମ୍ବଲପୁର, ୧୦ ନଭେମ୍ବର (ହି.ସ.) ଆଜି ଭିଏସଏସ ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଧନକଉଡ଼ା ବ୍ଲକ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି । ‌ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଗିରୀଶ ପଟେଲ, ଜିଲ୍ଲା କ୍ରୀଡା ଅଧିକାରୀ ସତ୍ୟନାରାୟଣ ତାଣ୍ଡି, ବ୍ଲକ ଉନ୍ନୟନ ଅଧିକାରୀ ଅନିଲ କୁଲ୍ଲୁ, ଓ ସୁଧୀର ବୋହିଦାର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ମହୋତ୍ସବରେ ଜିଲ୍ଲାପାଳ ଶ୍ରୀ ବୋନ୍ଦର ନିଜ ବ୍ଯକ୍ତବରେ ତୃଣମୂଳ ସ୍ତରରୁ ଖେଳ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ସୁବିଧା ଯୋଗାଇ କ୍ରୀଡା କ୍ଷେତ୍ରରେ ପ୍ରୋତ୍ସାହିତ କରିବାକୁ ଏହି କାର୍ଯ୍ୟକ୍ରମ ଲକ୍ଷ ରଖିଛି ବୋଲି କହିଥିଲେ। ଯାହା ମାଧ୍ୟମରେ ସେମାନେ ଭବିଷ୍ୟତରେ ରାଷ୍ଟ୍ରୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଖେଳ କୁଶଳତା ଦେଖାଇ ପାରିବେ ବୋଲି ମଧ୍ୟ କହିଥିଲେ। ଏହି ପ୍ରତିଯୋଗୀତାରେ କୃତି ଛାତ୍ରୀଛାତ୍ରଙ୍କୁ ବ୍ଳକ୍ ସ୍ତରରୁ ରାଜ୍ୟସ୍ତରୀୟ ଖେଳିବା ପାଇଁ ସୁଯୋଗ ମିଳିବ ବୋଲି ସୂଚନା ଦେଇଥିଲେ। ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସମ୍ବଲପୁର ସାଂସଦୀୟ ଖେଳ ପ୍ରତିଯୋଗୀତାରେ ସମ୍ବଲପୁର ସାଂସଦ ଅଧୀନରେ ଯାଉଥିବା ସମସ୍ତ ବ୍ଲକରୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଦୌଡ, କବାଡି, ଖୋ-ଖୋ, ସଟଫୁଟ୍ ଥ୍ରୋ, ଡିସକସ ଥ୍ରୋ ପ୍ରତିଯୋଗୀତାରେ ଯୁବକ, ଯୁବତୀ, ଛାତ୍ର, ଛାତ୍ରୀ ଓ ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ ମାନେ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସୂଚନା ଅନୁଯାୟୀ ଆଜି ବାମରା ବ୍ଲକ୍ ରେ ମଧ୍ୟ ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande