
କେନ୍ଦୁଝର, ୧୦ ନଭେମ୍ବର(ହି.ସ.) – ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ଠାରେ ମା ଧନେଇ ସେବା ଟ୍ରଷ୍ଟ କେନ୍ଦୁଝର ତରଫରୁ ଆଗାମୀ ଦିନରେ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ସମସ୍ତ ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଆଲୋଚନାରେ ମା ଧନେଇ ସେବା ଟ୍ରଷ୍ଟ ପକ୍ଷରୁ ଗରିବ ଅସହାୟ ଲୋକଙ୍କୁ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ, ମାଗଣା ସ୍ୱାସ୍ଥ୍ୟ ଶିବିର, ଗରିବ ପରିବାରର ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ସାମଗ୍ରୀ, ଶୀତ ଦିନ ପାଇଁ ବସ୍ତୁ ଦାନ ସହ ମେଡିକାଲ ରେ ଚିକିତ୍ସିତ ହେଉଥୂବା ରୋଗୀଙ୍କ ରକ୍ତର ଅଭାବ ହେଲେ ମା ଧନେଇ ସେବା ଟ୍ରଷ୍ଟର ସଦସ୍ୟମାନେ ମେଡିକାଲରେ ପହଂଚିି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଟ୍ରଷ୍ଟର ସଦସ୍ୟ ସଂକଳ୍ପବଦ୍ଧ ହୋଇଛନ୍ତି। ଏହି ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜନିଜ ମତାମତ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA