ବନ୍ଦେ ମାତରମ୍‌ର୧୫୦ତମ ବର୍ଷ ପୂର୍ତ୍ତି ପାଳନ
ଜୟପୁର, ୧୦ ନଭେମ୍ବର (ହି.ସ.)- ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଜାତୀୟ ଗୀତ ବନ୍ଦେ ମାତରମ୍‌ର ୧୫୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୂହିକ ଗାୟନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର୍ ଷ୍ଟାଡିୟମରୁ ପ୍ରଧାନମନ୍ତ୍ରୀଙ୍କ
ବନ୍ଦେ ମାତରମ୍‌ର 150ମ ବର୍ଷ ପାଳନ


ଜୟପୁର, ୧୦ ନଭେମ୍ବର (ହି.ସ.)- ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଜାତୀୟ ଗୀତ ବନ୍ଦେ ମାତରମ୍‌ର ୧୫୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୂହିକ ଗାୟନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର୍ ଷ୍ଟାଡିୟମରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଧା ପ୍ରସାରଣ ହୋଇଯାଇଛି ।

ପ୍ରାତଃ ୧୦ଟାରେ ବିଶ୍ୱବିଦ୍ୟାଳୟର ସମ୍ମେଳନ ହଲ୍‌ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ଏହା ଏକସଙ୍ଗରେ କ୍ୟାମ୍ପସ୍‌ର ସମସ୍ତ ସ୍ମାର୍ଟ୍ କ୍ଲାସ୍‌ରୁମ୍‌ଗୁଡ଼ିକରେ ପ୍ରସାରଣ କରାଗଲା। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପାଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକମାନେ, କର୍ମଚାରୀଏବଂ ଛାତ୍ରଛାତ୍ରୀମାନେ ଉତ୍ସାହ ପ୍ରକାଶ କରି ସାମୂହିକ ଗାୟନରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ପ୍ରଫେସର ପାଣ୍ଡା ବନ୍ଦେ ମାତରମ୍‌ର ଐତିହାସିକ ଓ ରାଷ୍ଟ୍ରୀୟ ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ସେ କହିଲେ ଯେ, ଏହି ଗୀତଟି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ଏବଂ ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ରାଷ୍ଟ୍ରୀୟ ପ୍ରେରଣାର ପ୍ରତୀକ ଭାବେ ଉଭା ହୋଇଥିଲା । ୨୪ ଜାନୁଆରୀ ୧୯୫୦ ରେ ଏହାକୁ ସଂବିଧାନ ସଭା ଦ୍ୱାରା ଭାରତର ଜାତୀୟ ଗୀତ ଭାବରେ ଅଙ୍ଗୀକାର କରାଯାଇଥିଲା। ସେ କହିଲେ, “ବନ୍ଦେ ମାତରମ୍ ଜାତୀୟ ଗୌରବ, ଏକତା ଓ ମାତୃଭୂମି ପ୍ରତି ଭକ୍ତିର ପ୍ରତୀକ ଅଟେ। ସଂସ୍କୃତ ଓ ବଙ୍ଗାଳୀ ଭାଷାର ସମନ୍ୱୟରେ ରଚିତ ଏହି ଗୀତଟି ଭାରତର ବିବିଧତା ଓ ସମୃଦ୍ଧ ସାମ୍ପ୍ରଦାୟିକ ଐତିହ୍ୟକୁ ପ୍ରକାଶ କରେ।”

ସାମୂହିକ ଗାୟନ ପରେ ପ୍ରତିଭାଗୀମାନେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଧା ପ୍ରସାରଣ ଦେଖିଥିଲେ। କାର୍ଯ୍ୟକ୍ରମର ସମନ୍ୱୟ ଲୋକସଂପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ଓ ଏନ୍‍.ଏସ୍‍.ଏସ୍‍. ପ୍ରୋଗ୍ରାମ କୋଓର୍ଡିନେଟର ଡ଼ଃ ଅଞ୍ଜନେୟଲୁ ଥୋଟାପଲ୍ଲୀ କରିଥିଲେ। ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ କାର୍ଯ୍ୟକ୍ରମର ଫଟୋ ଓ ଭିଡ଼ିଓ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ।

ବିଶ୍ୱବିଦ୍ୟାଳୟ ୭ ନଭେମ୍ବର ୨୦୨୫ ଠାରୁ ୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବନ୍ଦେ ମାତରମ୍‌ର ୧୫୦ତମ ବର୍ଷ ପାଳନ ପାଇଁ ବିଭିନ୍ନ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ କରୁଛି ବୋଲି ବିଶ୍ବବିଦ୍ୟାଳୟରେ ଲୋକସମ୍ପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ଜଣେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande