
ମାଲକାନଗିରି, ୧୦ ନଭେମ୍ବର (ହି.ସ.)- ଚିତ୍ରକୋଣ୍ଡା ବ୍ଳକ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ୱ ଥାନା ପୋଲିସ ଟିମ୍ ପ୍ରଚେଷ୍ଟାରେ ଦର୍ଲାବେଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସାଇବର ସିକ୍ୟୁରିଟି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦର୍ଲାବେଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ତଥା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଗ୍ରାମର ସମସ୍ତ ସଚେତନ ନାଗରିକ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ କରାଯାଇ ବିଭିନ୍ନ ସାଇବର ସିକ୍ୟୁରିଟି ର ଭିଡିଓ କ୍ଲିପ୍ ପ୍ରଦର୍ଶନ କରାଯାଇ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାର ମନ୍ତ୍ର ପ୍ରଦାନ କରାଯାଇଥିଲା। ଏହାର ଅନୁରୂପ କାର୍ଯ୍ୟକ୍ରମ ମଧ୍ୟ ପଣସପୁଟ ଠାରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଦୋସ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଯୋଡ଼ାମ୍ୱ ଥାନାର ଆଇଆଇସି ମନୋରଞ୍ଜନ ସାହୁ, ଏସଆଇ ଅନନ୍ତ କୁମାର ନାୟକ ଓ ଥାନାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲାବେଳେ ଦର୍ଲାବେଡ଼ାର ଅଧ୍ୟକ୍ଷ ବାବୁଲି ଦିଶାରୀ, ଉପାଧ୍ୟକ୍ଷ ଅରୁଣ କୁମାର ସାହୁ ଏବଂ ଯୁକ୍ତ ଦୁଇ ର ସମସ୍ତ ଅଧ୍ୟାପକ ତଥା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ପୂର୍ଣ୍ଣ ସହଯୋଗ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗ୍ରାମର ସଚେତନ ନାଗରିକ ମାନଙ୍କୁ ସାଇବର ସିକ୍ୟୁରିଟି ଅଭିଯାନର ଟି -ସାର୍ଟ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମଟି ସମସ୍ତଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି। ଏହି କାର୍ଯ୍ୟକ୍ରମର ସାଇବର ସିକ୍ୟୁରିଟି ଅଭିଯାନ ରଥ ସମସ୍ତଙ୍କ ଗହଣରେ ଗ୍ରାମ ପରିକ୍ରମା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ