
କୋରାଇ, ୧୦ ନଭେମ୍ବର(ହି.ସ.) – ପାଣିକୋଇଲି ପଂଚାୟତର ଚାନ୍ଦପୁର ଗ୍ରାମର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସ୍ୱର୍ଗତ ରାମଚନ୍ଦ୍ର ନାୟକ (୮୦) ଆଜି ଅପରାହ୍ନ ୨.୩୦ ସମୟରେ ନିଜ ବାସଭବନରେ ପରଲୋକ ଜମନ କରିଛନ୍ତି। ସେ ଦିର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ସ୍ୱର୍ଗତ ନାୟକ କଟକ ସେଂଟ୍ରାଲ କୋ-ଅପେରେଟିଭ ବ୍ୟାଙ୍କର ଯାଜପୁର ରୋଡ଼ ଶାଖା ପରିଚାଳକ ଭାବେ ଦାୟିତ୍ୱ ନିର୍ବାହ କରି ଅବସର ଗ୍ରହଣ କରିଥିଲେ। ତାଙ୍କର ମୃତ ଶରୀରକୁ ଗ୍ରାମ୍ୟ ପରିକ୍ରମା କରାଇବା ପରେ ଗ୍ରାମ୍ୟ ଶ୍ୱଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁତ୍ର ପଦ୍ମନାଭ ମୁଖାଗ୍ନୀ ଦେଇଥିବା ବେଳେ ଗ୍ରାମର ସମସ୍ତ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ସ୍ୱର୍ଗତ ନାୟକ ଜଣେ ସରଳ,ଓ ଧାର୍ମିକ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି