ପୂର୍ବତନ ସରପଂଚଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
କୋରାଇ, ୧୦ ନଭେମ୍ବର(ହି.ସ.) – ଯାଜପୁର ନିର୍ବାଚନ ମଣ୍ଡଳୀର ଭୂବନେଶ୍ୱରପୁର ପଂଚାୟତର ପୂର୍ବତନ ସରପଂଚ ତଥା ବରିଷ୍ଠ ଶିକ୍ଷାବିତ ଏବଂ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁଙ୍କ ଭାଇ ଏବଂ ବର୍ତମାନ ଭୂବନେଶ୍ୱରପୁର ପଂଚାୟତର ସରପଂଚ ଥିବା ମନଦୀପା ରାୟଙ୍କ ପିତା ସ୍ୱର୍ଗତ ସୂର୍ଯ୍ୟନାରାୟଣ ରାୟଙ୍କ ପ୍
ପୂର୍ବତନ ସରପଂଚଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ


କୋରାଇ, ୧୦ ନଭେମ୍ବର(ହି.ସ.) – ଯାଜପୁର ନିର୍ବାଚନ ମଣ୍ଡଳୀର ଭୂବନେଶ୍ୱରପୁର ପଂଚାୟତର ପୂର୍ବତନ ସରପଂଚ ତଥା ବରିଷ୍ଠ ଶିକ୍ଷାବିତ ଏବଂ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁଙ୍କ ଭାଇ ଏବଂ ବର୍ତମାନ ଭୂବନେଶ୍ୱରପୁର ପଂଚାୟତର ସରପଂଚ ଥିବା ମନଦୀପା ରାୟଙ୍କ ପିତା ସ୍ୱର୍ଗତ ସୂର୍ଯ୍ୟନାରାୟଣ ରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ୱର୍ଗତ ରାୟଙ୍କ ନିଜ ଗ୍ରାମ କଳସଢିଅ ଠାରେ ଏକ ରକ୍ତଦାନ ଶିବିର, ପ୍ରତିମୂର୍ତି ଉନ୍ମୋଚନ, ଭଜନ ସମାରୋହ, ସ୍ମରଣୀକା ଉନ୍ମୋଚନ ଓ ଶ୍ରଦ୍ଧାଂଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସୁନାମଧନ୍ୟ କଣ୍ଠଶିଳ୍ପୀ ସୁଶ୍ରୀ ଦିପ୍ତିମୟୀ ଦାସଙ୍କ ସହ ତାଙ୍କ ଟିମ ଭଜନ ପରିବେଷଣ କରିଥିଲେ। ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ବରିଷ୍ଠ ନେତା କର୍ଣ୍ଣାଟ କେଶରୀ ଦାସ, ଯାଜପୁର ବିଧାୟିକା ସୁଜାତା ସାହୁ, ଅଶୋକ ଦାସ ଫାଉଣ୍ଡେସନର ମହା ସଚିବ ଭବ ପ୍ରୟସାଦ ଦାସ, ଯୁବନେତା ଇଂ ସୋମ୍ୟରଂଜନ ଧଳ ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଯାଜପୁର ପୈାରପାଳିକାର ଅଧ୍ୟକ୍ଷା ରଂଜୁଲତା ହୋତା, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ବିଧାୟିକାଙ୍କ ପ୍ରତିନିଧି ପ୍ରକାଶ ତ୍ରୀପାଠୀ, ପଂଚାୟତର ସମିତି ସଭ୍ୟା ଜୟପ୍ରଦା ଦାସ, ପୂର୍ବତନ ସରପଂଚ ଜଗବନ୍ଧୁ ପଣ୍ଡା, ପ୍ରଫୁଲ୍ଲ ସାହୁ, ମାନସ ରାୟଙ୍କ ସମେତ ବହୁ ରାଜନେତା,ବୁଦ୍ଧିଜିବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande