ଆଇଆଇଟି ଖଡ଼ଗପୁର ନିର୍ଦ୍ଦେଶକ ଜର୍ମାନୀରେ ପ୍ରତିନିଧିତ୍ୱ କରୁଛନ୍ତି ଭାରତକୁ
ବର୍ଲିନ୍‌/ଖଡ଼ଗପୁର, ୧୦ ନଭେମ୍ବର (ହି.ସ.) - ଜର୍ମାନୀର ରାଜଧାନୀ ବର୍ଲିନରେ ଅନୁଷ୍ଠିତ ପ୍ରତିଷ୍ଠିତ ଫଲିଂ ୱାଲ୍ସ ସାଇନ୍ସ ସମ୍ମିଳନୀ ୨୦୨୫ରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଖଡ଼ଗପୁରର ନିର୍ଦ୍ଦେଶକ ପ୍ରଫେସର ସୁମନ ଚକ୍ରବର୍ତୀ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଏହି ସମ୍ମିଳନୀ ବୈଜ୍ଞା
ଆଇଆଇଟି ଖଡ଼ଗପୁର ନିର୍ଦ୍ଦେଶକ ଜର୍ମାନୀରେ ପ୍ରତିନିଧିତ୍ୱ କରୁଛନ୍ତି ଭାରତକୁ


ବର୍ଲିନ୍‌/ଖଡ଼ଗପୁର, ୧୦ ନଭେମ୍ବର (ହି.ସ.) - ଜର୍ମାନୀର ରାଜଧାନୀ ବର୍ଲିନରେ ଅନୁଷ୍ଠିତ ପ୍ରତିଷ୍ଠିତ ଫଲିଂ ୱାଲ୍ସ ସାଇନ୍ସ ସମ୍ମିଳନୀ ୨୦୨୫ରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଖଡ଼ଗପୁରର ନିର୍ଦ୍ଦେଶକ ପ୍ରଫେସର ସୁମନ ଚକ୍ରବର୍ତୀ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଏହି ସମ୍ମିଳନୀ ବୈଜ୍ଞାନିକ ନବସୃଜନ, ନୀତି ସଂଳାପ ଏବଂ ବିଶ୍ୱ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ।

ପ୍ରଫେସର ଚକ୍ରବର୍ତୀ ଏହି ବର୍ଷର ସମ୍ମିଳନୀରେ ନିମନ୍ତ୍ରିତ ହୋଇଥିବା ଏକ ଭାରତୀୟ ପ୍ରତିଷ୍ଠାନରୁ ଏକମାତ୍ର ଶିକ୍ଷାଗତ ନେତା ଥିଲେ। ଏହି ସମ୍ମିଳନୀ ନୋବେଲ ପୁରସ୍କାର ବିଜେତା, ବିଶ୍ୱ ନୀତି ନିର୍ଦ୍ଧାରକ, ଶିଳ୍ପ ନେତା, ଉଦ୍ଭାବକ ଏବଂ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ପ୍ରତିନିଧିଙ୍କୁ ଏକତ୍ର କରିଥିଲା।

ବିଶ୍ୱବିଦ୍ୟାଳୟର ଉପ-ଚାନ୍େସଲରମାନଙ୍କ ପାଇଁ ବିଶ୍ୱସ୍ତରୀୟ ଆଲୋଚନା ଅଧିବେଶନ ସମୟରେ, ପ୍ରଫେସର ଚକ୍ରବର୍ତୀ ଓ ଖଡଗପୁରର ଶୈକ୍ଷିକ ଉତ୍କର୍ଷତା, ବହୁବିଧ ଅନୁସନ୍ଧାନ ସଂସ୍କୃତି ଏବଂ ନବସୃଜନ-କେନ୍ଦ୍ରିତ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ଶିକ୍ଷା, ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନକୁ ସୁଦୃଢ଼ କରିବା ପାଇଁ ପ୍ରତିଷ୍ଠାନ ଆନ୍ତର୍ଜାତୀୟ ସହଯୋଗର ଅଗ୍ରଣୀ କରୁଛି।

----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande