
କେନ୍ଦୁଝର, ୧୦ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ବଡବିଲ ଆଖପାଖ ଅଞ୍ଚଳରେ ବିଭିନ୍ନ ଅପରାଧରେ ଜଡିତ ଥିବା ୱାଡ୍ ୮ର ମହମ୍ମଦ ରାଜା, ସହଦତ୍ ଖାନ୍, ଅଭିମନ୍ୟୁ ପ୍ରଧାନ ଓ ଆଲୋକ ରାମଙ୍କ ଘର ଭାଙ୍ଗିଛି ସ୍ଥାନୀୟ ପ୍ରଶାସନ । ସରକାରୀ ଜମି ମାଡ଼ି ବସି ଘର କରିଥିବା ସ୍ଥାନରେ ବୁଲଡୋଜର ବୁଲାଇଛି ସ୍ଥାନୀୟ ପ୍ରଶାସନ । ବ୍ୟାପକ ପୁଲିସ୍ ଉପସ୍ଥିତରେ ଆଜି ଚାରି ଅଭିଯୁକ୍ତଙ୍କ ଘର ମାଟିରେ ମିଶିଛି । ସମସ୍ତ ଅପରାଧୀଙ୍କ ବିରୋଧରେ ବିଭିନ୍ନ ସଙ୍ଗୀନ ମାମଲା ରହିଛି । ଆଗାମୀ ଦିନରେ ସରକାରି ଜମିରେ ଘର କରିଥିବା ଅଭିଯୋଗ ହେଲେ ପ୍ରଶାସନ ପକ୍ଷରୁ ଭଙ୍ଗା ଯିବ ବୋଲି ବଡବିଲ ପୌରପାଳିକା ପକ୍ଷରୁ ଚେତାବନୀ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA