ଜାମ୍ମୁ-କାଶ୍ମୀର ପୋଲିସ୍ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ମଡ୍ୟୁଲର କଲା ପର୍ଦ୍ଦାଫାଶ, ସାତ ଗିରଫ
ଶ୍ରୀନଗର, ୧୦ ନଭେମ୍ବର(ହି.ସ.) – ଜାମ୍ମୁ-କାଶ୍ମୀର ପୋଲିସ୍ ପ୍ରତିବନ୍ଧିତ ସଂଗଠନ ଜୈଶ-ଏ-ମୋହମ୍ମଦ ଏବଂ ଅଂସାର ଗଜବନ-ଉଲ୍‌-ହିନ୍ଦ(ଏଜିୟୁଏଚ୍‌) ସହିତ ଯୋଡ଼ିଥିବା ଅନ୍ତର-ରାଜ୍ୟୟ ଏବଂ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାପାଶ କରିଛି। ଏହି ଅଭିଯାନରେ କେତେକ ରାଜ୍ୟରେ ସଂଯୁକ୍ତ ତଲାସୀ ଅଭିଯାନ
ଜାମ୍ମୁ-କାଶ୍ମୀର ପୋଲିସ୍ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ମଡ୍ୟୁଲର କଲା ପର୍ଦ୍ଦାଫାଶ, ସାତ ଗିରଫ


ଶ୍ରୀନଗର, ୧୦ ନଭେମ୍ବର(ହି.ସ.) – ଜାମ୍ମୁ-କାଶ୍ମୀର ପୋଲିସ୍ ପ୍ରତିବନ୍ଧିତ ସଂଗଠନ ଜୈଶ-ଏ-ମୋହମ୍ମଦ ଏବଂ ଅଂସାର ଗଜବନ-ଉଲ୍‌-ହିନ୍ଦ(ଏଜିୟୁଏଚ୍‌) ସହିତ ଯୋଡ଼ିଥିବା ଅନ୍ତର-ରାଜ୍ୟୟ ଏବଂ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାପାଶ କରିଛି। ଏହି ଅଭିଯାନରେ କେତେକ ରାଜ୍ୟରେ ସଂଯୁକ୍ତ ତଲାସୀ ଅଭିଯାନ ସମୟରେ ସାତ ପ୍ରମୁଖ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଅବସରରେ ଦୁଇ ପିସ୍ତଲ, ଏକେ-ସିରିଜ୍‌ର ଦୁଇ ରାଇଫଲ, ୨,୯୦୦ କିଲୋ ବିସ୍ଫୋଟକ ଏବଂ ଆଇଇଡି ତିଆରି ହେଉଥିବା ସାମଗ୍ରୀ ସହିତ ଏକ ଚାଇନିଜ ଷ୍ଟାର ପିସ୍ତଲ, ଏକ ବେରେଟା ପିସ୍ତଲ ସମେତ ଅନ୍ୟ ଜ୍ୱଳନଶୀଳ ପଦାର୍ଥ ଜବତ କରିଛି। ପୋଲିସ୍ କହିଛି ଯେ ଗିରଫ କରାଯାଇଥିବା ଲୋକଙ୍କ ପରିଚୟ ଶ୍ରୀନଗରର ନୌଗାମ ନିବାସୀ ଆରିଫ ନିସାର ଡାର ଓରଫ ସାହିଲ, ଶ୍ରୀନଗରର ନୌଗାମ ନିବାସୀ ୟାସିର-ଉଲ୍‌-ଅଶରଫ, ଶ୍ରୀନଗରର ନୌଗାମ ନିବାସୀ ମକସୁଦ ଅହମ୍ମଦ ଡାର୍ ଓରଫ ଶାହିଦ, ସୋପିୟାର ଏକ ମସ୍‌ଜିତର ଇମାମ ମୌଲବୀ ଇରଫାନ ଅହମ୍ମଦ, ଗଂଦରବଲର ବାକୁରା ନିବାସୀ ଜମିର ଅହମ୍ମଦ ଅହଂଗର ଓରଫ ମୁତଲାଶ, ପୁଲୱାମାର କୋଇଲ ନିବାସୀ ଡା. ମୁଜାମ୍ମିଲ ଅହମ୍ମଦ ଗନଇ ଓରଫ ମୁସୌବ ଏବଂ କୁଲଗାମର ବାନପୌରା ନିବାସୀ ଡା. ଆଦିଲ ରୂପେ ହୋଇଛି। ଏହି ନେଟୱର୍କ ସହିତ ଯୋଡ଼ିଥିବା ଅନ୍ୟ ଲୋକଙ୍କ ପରିଚୟ କରାଯାଇଛି ଏବଂ ସେମାନଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande