ଜାତୀୟ ରାଜପଥରେ ଦୁର୍ଘଟଣା : ଟ୍ରକ୍‌କୁ ପିଟିଲା ବସ୍‌, କଣ୍ଟକ୍ଟର ମୃତ
ଜାତୀୟ ରାଜପଥରେ ଦୁର୍ଘଟଣା : ଟ୍ରକ୍‌କୁ ପିଟିଲା ବସ୍‌, କଣ୍ଟକ୍ଟର ମୃତ
ଜାତୀୟ ରାଜପଥରେ ଦୁର୍ଘଟଣା : ଟ୍ରକ୍‌କୁ ପିଟିଲା ବସ୍‌, କଣ୍ଟକ୍ଟର ମୃତ


ସମ୍ବଲପୁର, ୧୦ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲୁହାପଙ୍କରୁ ପର୍ଯ୍ୟଟକଙ୍କୁ ନେଇ ଆଗକୁ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ବସର କଣ୍ଡକ୍ଟରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ସାହାସପୁର ଓ ସମ୍ବଲପୁରର ସହରର କିଛି ପର୍ଯ୍ୟଟକଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ‘କପିଳାସ’କୁ ଓଡି ୧୫ ଏବି ୫୬୯୦ ନମ୍ବର ଯାତ୍ରୀବାହୀ ବସ୍‌ଟି ଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଅଭିମୁଖେ ଫେରୁଥିବା ବେଳେ ଡ୍ରାଇଭର ବସର ନିୟନ୍ତ୍ରଣ ହରାଇ ସମ୍ମୁଖରେ ଯାଉଥିବା ଏକ ଟ୍ରକକୁ ପିଟି ଦେଇଥିଲା । ଘଟଣା ସ୍ଥଳରେ ବସ୍ କଣ୍ଟକ୍ଟରଙ୍କ ମୃତ୍ୟୁ ଘଟିଥିବା ବେଳେ ଅଦ୍ୟାବଧି ତାଙ୍କର ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ ଯାତ୍ରୀମାନେ ବହୁ ସମୟ ସହାୟତା ପାଇଁ ଚିତ୍କାର କରିଥିଲେ। ଦୁର୍ଘଟଣା ପରେ ବସ୍‌ର ଚାଳକ ଫେରାର ହୋଇଯିବା ଦେଖି ଯତ୍ରୀମାନେ ନିଜ ନିଜ ସୁବିଧା ଅନୁସାରେ ସେଠାରୁ ଘରକୁ ଫେରିଥିଲେ। ରେଢ଼ାଖୋଲ ଠାରୁ ଅନୁଗୁଳ ରାସ୍ତାରେ ପ୍ରାୟ ୧୦କିମି ଦୂରରେ ଲୁହାପଙ୍କ ଛକ ଠାରେଏହି ଦୁର୍ଘଟଣା ଘଟିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande