ବାମରା ବ୍ଲକ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ବାମରା ବ୍ଲକ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ବାମରା ବ୍ଲକ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି


ବାମରା ବ୍ଲକ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି


ସମ୍ବଲପୁର, ୧୦ ନଭେମ୍ବର (ହି.ସ.)- ଆଜି ବାମରା ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଏହି ଅଭିଯୋଗ ଶୁଣାଣିରେ ମୋଟ ୮୨ଟି ଆବେଦନ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୬୮ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବାବେଳେ, ୧୦ଟି ସମସ୍ୟା ଗ୍ରାମୀଣ ସମସ୍ୟା ସହିତ ଜଡିତ ଥିଲା । ଶିବିରରେ ମୋଟ୍ ୩ଟି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା । ସିଏମଆରଏଫ ଅଧୀନରେ ୩ ଜଣଙ୍କୁ ସମୁଦାୟ ୬୫ ହଜାର ଟଙ୍କା ଏବଂ ରେଡକ୍ରସ ଅଧୀନରେ ଜଣଙ୍କୁ ସମୁଦାୟ ୧୦, ୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande