
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼.ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଉତ୍ସବ କେନ୍ଦୁଆପଦା ଉତ୍କଳ କେଶରୀ ଡ଼.ହରେକୃଷ୍ଣ ମହତାବଙ୍କ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ବିଶିଷ୍ଟ ଗବେଷକ ତଥା ଭଦ୍ରକ ମହତାବ ସ୍ମାରକୀ ପରିଷଦର ସଭାପତି ଡ.ଭାଗବତ ତ୍ରିପାଠୀ କହିଲେ ଡ଼.ମହତାବ ବିରାଟ ବଟବୃକ୍ଷ ଥିଲେ, ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଖବରକାଗଜ ପ୍ରଜାତନ୍ତ୍ର ମାଧ୍ୟମରେ ଖବର ପ୍ରକାଶ କରି ଅନେକ ସମସ୍ୟା ସମାଧାନ କରିପାରୁଥିବା କଥା ସେ କହିଥିଲେ । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷା ଡ.ଅଞ୍ଜଳୀ ଖୁଟିଂଆ, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବାରିକ୍, ଶିକ୍ଷାବିତ୍ ରମେଶ ଚନ୍ଦ୍ର ମହାରଣା, ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ ଶ୍ରୀନିବାସ ଲେଙ୍କା ପ୍ରମୁଖ ମହତାବଙ୍କ ପଥ ଅନୁସରଣ କରି ଲକ୍ଷ୍ୟ ପଥରେ ଆଗେଇ ଯିବାକୁ କହିଥିଲେ । ଅଧ୍ୟାପକ ପୁରୁଷୋତମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ହେମନ୍ତ କୁମାର ଜେନା, ଅଧ୍ୟାପକ ତପନ ଜେନା, ପ୍ରଣବ କିଶୋର ରାଉତ, ବିଦ୍ୟାଧର ଲେଙ୍କା, ଜିତେନ୍ଦ୍ର ଭାରତୀ, ଅଧ୍ୟାପିକା ଅଭିଲିପ୍ସା ସାମଲ, ରାଜଶ୍ରୀ ବେହେରା, ରମାମଣି ରାଉତ୍ ପ୍ରମୁଖ ସହଯୋଗ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ