ଆଧ୍ୟାତ୍ମିକ ସାଂସ୍କୃତିକ ଚେତନାର ବାର୍ତାବହ ଥିଲେ କନିନନା ସ୍ମୃତିଚାରଣ ସଭାରେ ବିଶିଷ୍ଟବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) – ଡେରାବିଶ ବ୍ଲକ ଅଂଚଳର ପରମ ଆରାଧ୍ୟ ଶ୍ରୀ ଦଧିବାମନଜୀଉଙ୍କ ପରମ ସେବକ ତଥା ଜିଲ୍ଲାର ବରିଷ୍ଠ ଖବରଦାତା ସ୍ୱର୍ଗତ କରୁଣାକର କର(କନିନନା)ଙ୍କ ଦ୍ୱାଦଶାହ ଅବସରରେ ବ୍ଲକ ଅଧିନସ୍ଥ ଦୁମୁକାହାଟ ଠାରେ ସୋମବାର ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସମାଜିକ କର୍ମୀ
ଆଧ୍ୟାତ୍ମିକ ସାଂସ୍କୃତିକ ଚେତନାର ବାର୍ତାବହ ଥିଲେ କନିନନା ସ୍ମୃତିଚାରଣ ସଭାରେ ବିଶିଷ୍ଟବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) – ଡେରାବିଶ ବ୍ଲକ ଅଂଚଳର ପରମ ଆରାଧ୍ୟ ଶ୍ରୀ ଦଧିବାମନଜୀଉଙ୍କ ପରମ ସେବକ ତଥା ଜିଲ୍ଲାର ବରିଷ୍ଠ ଖବରଦାତା ସ୍ୱର୍ଗତ କରୁଣାକର କର(କନିନନା)ଙ୍କ ଦ୍ୱାଦଶାହ ଅବସରରେ ବ୍ଲକ ଅଧିନସ୍ଥ ଦୁମୁକାହାଟ ଠାରେ ସୋମବାର ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସମାଜିକ କର୍ମୀ ବେବର୍ତା ଅଜୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମହନ୍ତ ଡ. ନାମାନନ୍ଦ ଦାଶ, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପାଟକୁରା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଡ. ରତିକାନ୍ତ କାନୁନ୍‌ଗୋ, ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ, ରାଜ୍ୟ ବରିଷ୍ଠ ବିଜେଡି ନେତା ରବି ସାମଲ, ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ପ୍ରାଧ୍ୟାପକ ଅଜୟ କୁମାର ରାଉତ, ଭାଜପା ନେତ୍ରୀ ମନିଷା ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ କରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଆଧ୍ୟାତ୍ମିକ ସାଂସ୍କୃତିକ ଚେତନାର କନିନନା ବାର୍ତାବହ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପରେଶ ଦାସ, ଜଗନ୍ନାଥ ଧଳ, ଚିତ୍ତରଞ୍ଜନ ଦାସ, ଗଣେଶଚନ୍ଦ୍ର ସାମଲ, ଭକ୍ତଚରଣ ସାହୁ, ପ୍ରଦୀପ କୁମାର ପୃଷ୍ଟି, ଦୈତାରୀ ଜେନା, ଶିବାଶିଷ ମହାନ୍ତି, ପ୍ରଭାତ କୁମାର ପରିଡା, ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ପୂର୍ବତନ ଉପାଧ୍ୟକ୍ଷ ବଟ୍ଟକୃଷ୍ଣ ସାମଲ, ବିଡିଓ ନମିତା ବାରିକ, ପୂର୍ବତନ ସରପଞ୍ଚ ମହେନ୍ଦ୍ର କୁମାର ସିଂହ ଓ ତ୍ରୀଲୋଚନ ରାଉତ, ସମିତିସଭ୍ୟ ନିରଞ୍ଜନ କର, ଫନିନ୍ଦ୍ର ବେହେରା, ଆନନ୍ତ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ କରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅପରପକ୍ଷରେ ସମବାୟବୀତ ପ୍ରଶାନ୍ତ କୁମାର ଦାସ, ଜୟଦେବ ପରିଡା, ବିପିନ ବିହାରୀ ସାହୁ, ସରୋଜକାନ୍ତ ନାୟକ, ହରେକୃଷ୍ଣ ସ୍ୱାଇଁ, ସାହାଜାନ ଖାନ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ। ପ୍ରଥମେ କନିନନାଙ୍କ ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା ପରେ ରାମଧୁନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଖବରଦାତା ସନ୍ତୋଷ ପଣ୍ଡା, ଖୁରସିଦ ଆଲମ ଖାନ, ଧରଣୀଧର ପ୍ରଧାନ ଓ ସତ୍ୟଜିତ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande