
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ମା’ ସାରଦା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ୱତନ୍ତ ସେବା ଶିବିର ର ପଂଚମ ଦିବସ ର ମୁଖ୍ୟ ଅତିଥି ଭାବେ ଲାୟନସ କ୍ଲୁବ ର ପି. ଡି. ଜି ପ୍ରକାଶ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ପ୍ରଦୀପ ମହାପାତ୍ର ଓ ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ସନ୍ତୋଷ ଦାସ ଯୋଗଦେଇ ଦେଶ ସେବାରେ ବର୍ତୀ ହେବାକୁ ଆହ୍ୱାନ ଦେଇଥିଲେ । ଶବିରାର୍ଥୀ ମାନଙ୍କୁ ମା, ମାଟି ଓ ମଣିଷ ଙ୍କ ସେବା ରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସର ରେ ଶିବିରାଆର୍ôଥ ମାନେ ଗୋବିନ୍ଦପୁର ବଜାର ଓ ଗ୍ରାମ ରାସ୍ତା ସଫେଇ କରିବା ଶହ ଳୋକଙ୍କୁ ସଚେତନ କରିଥିଲେ। ସଭା ଆରମ୍ଭରେ ଛାତ୍ର ଛାତ୍ରୀ ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଯୋଜନା ଅଧିକାରୀ ଅଧ୍ୟାପକ ପ୍ରଭାତ ଧଳ ପରିଚାଳନା କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ