ମାଲକାନଗିରି ଇଂଜିନିୟର ସେବା ସଂଘ ସାଧାରଣ ପରିଷଦ ବୈଠକ ଓ ୨୦୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ
ମାଲକାନଗିରି , ୧୦ ନଭେମ୍ବର (ହି.ସ.) ମାଲକାନଗିରିସ୍ଥିତ ଇଂଜିନିୟର ସେବା ସଂଘ ଭବନରେ ସାଧାରଣ ପରିଷଦ ବୈଠକ ଓ ୨୦୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ଡିପ୍ଲୋମା ସେବା ସଂଘର ସଭାପତି ଇଂ ଶ୍ରୀକାନ୍ତ ମହାପାତ୍ର ଯୋଗ ଦେଇଥିବା ବେଳେ ମାଲକାନଗିରି ଶାଖାର ମଣ
ମାଲକାନଗିରି ଇଂଜିନିୟର ସେବା ସଂଘ ସାଧାରଣ ପରିଷଦ ବୈଠକ ଓ ୨୦୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ


ମାଲକାନଗିରି , ୧୦ ନଭେମ୍ବର (ହି.ସ.) ମାଲକାନଗିରିସ୍ଥିତ ଇଂଜିନିୟର ସେବା ସଂଘ ଭବନରେ ସାଧାରଣ ପରିଷଦ ବୈଠକ ଓ ୨୦୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ଡିପ୍ଲୋମା ସେବା ସଂଘର ସଭାପତି ଇଂ ଶ୍ରୀକାନ୍ତ ମହାପାତ୍ର ଯୋଗ ଦେଇଥିବା ବେଳେ ମାଲକାନଗିରି ଶାଖାର ମଣ୍ଡଳ ସଭାପତି ଇଂ କୃତିବାସ ନାୟକ ସଭା ପରିଚାଳନା କରିଥିଲେ।କର୍ତ୍ତକର୍ତ୍ତା ନିର୍ବାଚନରେ ସଭାପତି ଭାବେ ଇଂ ପ୍ରଶାନ୍ତ କୁମାର ବେହେରା ନିର୍ବାଚିତ ହୋଇଥିବା ବେଳେ ସଂପାଦିକା ଭାବେ ସୁଦୀପ୍ତା ସାହୁ, ଉପସଭାପତି ଭାବେ ଇଂ ଚୈତନ ସାଗର, କୋଷାଧ୍ୟକ୍ଷ ଭାବେ ଦୀନବନ୍ଧୁ ସାମନ୍ତ, ଅତିରିକ୍ତ ସଂପାଦକ ବାବେ ଇଂ ମଳୟ ମିସ୍ତ୍ରୀ, ସାଂଗଠାନିକ ସଂପାଦକ ଭାବେ ଇଂ ସନାତନ ମାଝୀ, ଉପଦେଷ୍ଟା ଭାବେ ଇଂ କାର୍ତ୍ତିକ ନାୟକ ଏବଂ ଇଂ ପି.ସୋରେନଙ୍କୁ ନିରୀକ୍ଷକ ଭାବେ ନିର୍ବାଚିତ କରାଯାଇଥିଲା। ପରେ ଆୟୋଜିତ ସାଧାରଣ ସଭାରେ ୨୦୨୫ରେ ନିର୍ବାଚିତ ହୋଇଥିବା ନୂତନ କର୍ମକର୍ତ୍ତାଙ୍କୁ ସଂଘର ବିଶେଷତା, ସଂଗଠନରେ ଶୃଙ୍ଖଳା ଏବଂ କିପରି ସଂଗଠନକୁ ସୁଦୃଢ କରାଯିବ ସେନେଇ ଆଲୋଚନା କରାଯାଇଥିଲା।ନୂତନ ଭାବେ ଇଂଜିନିୟରମାନଙ୍କୁ ସଦସ୍ୟତା ପ୍ରଦାନ କରାଯାଇଥିଲା। ସଭାପତି ଭାବେ ନିର୍ବାଚିତ ହୋଇଥିବା ପ୍ରଶାନ୍ତ ବେହେରା ସଂଘକୁ ଆଗକୁ ନେବାକୁ ସମସ୍ତ ସହଯୋଗ କରିବା ସହ ସଂଘର ସମସ୍ତ କର୍ତ୍ତକର୍ତ୍ତା ଏବଂ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ। ଏହି ସଭାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ପଞ୍ଚାୟତରାଜ, ଜଳଯୋଗାଣ, ଜଳସେଚନ, ଆଇଟିଡିଏ ସମେତ ବହୁ ବିଭାଗର ଡିପ୍ଲୋମା ଇଂଜିନିୟରମାନେ ଯୋଗ ଦେଇଥିଲେ। ଇଂ ମଳୟ ମିସ୍ତ୍ରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande