କୁଶଳେଶ୍ୱର କଲେଜରେ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ ଅଭିଯାନ
କେନ୍ଦୁଝର, ୧୦ ନଭେମ୍ବର(ହି.ସ.) – ଘସିପୁରା ବ୍ଲକ ରେକୁଟିଆସ୍ଥିତ କୁଶଳେଶ୍ୱର ଆଂଚଳିକ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ୍ ଦ୍ୱାରା ଏକ ଅଭିନବ ପ୍ରୟାସ ସ୍ୱରୂପ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ’ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ର ଏହାକୁ ଉଦଘାଟନ କରି
କୁଶଳେଶ୍ୱର କଲେଜରେ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ ଅଭିଯାନ


କେନ୍ଦୁଝର, ୧୦ ନଭେମ୍ବର(ହି.ସ.) – ଘସିପୁରା ବ୍ଲକ ରେକୁଟିଆସ୍ଥିତ କୁଶଳେଶ୍ୱର ଆଂଚଳିକ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ୍ ଦ୍ୱାରା ଏକ ଅଭିନବ ପ୍ରୟାସ ସ୍ୱରୂପ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ’ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ର ଏହାକୁ ଉଦଘାଟନ କରିବା ସହ ଯୁବ ରେଡ଼କ୍ରସର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଆଗାମୀ ଶୀତ ଋତୁକୁ ଆଖୁ ଆଗରେ ରଖି ଏଭଳି ଏକ ଅଭିଯାନ ଆରମ୍ଭ କରାଯାଇଛି ଏବଂ ଏହି ଶିବିର ଆସନା ୧୪ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ପରେ ସଂଗୃହିତ ପୋଷାକ ଓ ଶୀତ ବସ୍ତୁଗୁଡ଼ିକୁ ଯୁବ ରେଡ଼କ୍ରସ୍ ପରାମର୍ଶଦାତା ମହେଶ୍ୱର ପାତ୍ରଙ୍କ ନେତୃତ୍ୱରେ ଏବଂ ସ୍ୱେଛାସେବୀ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ନିକଟବର୍ତୀ ଗ୍ରାମଗୁଡ଼ିକରେ ଥିବା ଗରିବ, ଅବହେଳିତ, ନିରାଶ୍ରୟମାନଙ୍କ ମଧ୍ୟରେ ବଂଟନ କରାଯିବ।

ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଅତି ଆଗ୍ରହ ସହକାରେ ଏଭଳି ଏକ ଅଭିଯାନରେ ନିଜକୁ ସାମିଲ କରୁଛନ୍ତି। ମହିଳା ପରାମର୍ଶଦାତା ଅଳକା ପାଢ଼ୀଙ୍କ ସହ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀ ନମିତା ସାହୁ, ଗୀତାଞ୍ଜଳି ଦାସ, ଜସ୍ମିନ ସେଠୀ, ଶିବାନୀ ସେଠୀ, ବର୍ଷା ଜେନା, ତ୍ରିଲୋଚନ ରାଉତ୍‌, ତୋଫାନ ପୃଷ୍ଟି, ଜ୍ୟୋତିଶ୍ରୀ ମହାରଣା, ମାମୁନି ଦାସ, ରାଜଲକ୍ଷ୍ମୀ ରାଉତ୍‌, ନନ୍ଦିନୀ ଓଝା, ଶ୍ରୀକାନୁ କୁମାର ସାହୁ ଆଦି ଶିବିର ପରିଚାଳନା ଦାୟିତ୍ୱରେ ରହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande